Home କେନ୍ଦୁଝର ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଧର୍ମ ପରାୟଣା ମହିଳାଙ୍କ ପରଲୋକ

44

ହାଟଡିହି-୧୦/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହ ି ବ୍ଲକ ଆମ୍ବୋ ଗ୍ରାମର ଗୋପୀନାଥ ମହାପାତ୍ରଙ୍କ ଧର୍ମପତ୍ନୀ ଶୈଳାବାଳା ମହାପାତ୍ରଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଆମ୍ବୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ବିଭୁତି ମହାମାତ୍ର, ବୋହୁ ଅନୁପମା ମହାପାତ୍ର, ବନୋଜ କୁମାର ମହାପାତ୍ର, ରାଜଶ୍ରେଷ୍ଠା, ଅର୍ପଣ, କମଳ, ବିମଳ, ବାବୁନୁ, କାବୁନୁ, ସୁକାନ୍ତ, ମୋନାଲିସା, ରୀତା, ଜେମ, କାଜଲ, ସନ୍ତୋଷ, ସୁବ୍ରତ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ଗାଁର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଳେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ରାଜେନ୍ଦ୍ର ମୁଖାଗ୍ନି ଦେଇଥିବାବେଳେ ବହୁ ଗ୍ରାମବାସୀ ଓ ବନ୍ଧୁ ପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.