Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ  ବିଶ୍ୱ ମୂଳନୀବାସୀ ଆନ୍ତର୍ଜାତୀୟ ଦିବସ ପାଳିତ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ  ବିଶ୍ୱ ମୂଳନୀବାସୀ ଆନ୍ତର୍ଜାତୀୟ ଦିବସ ପାଳିତ

42

କୋରାପୁଟ ୧୦-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱ ମୁଳନୀବାସୀ ଆନ୍ତର୍ଜାତୀୟ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତାଙ୍କ ଅଧ୍ୟକ୍ଷତାରେ ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ କାହାକୁ ପଛରେ ଛାଡିବା ନାହିଁ ;ମୂଳନୀବାସୀ ଏବଂ ଏକ ନୂତନ ସାମାଜିକ ଚୁକ୍ତି ପାଇଁ ଆହ୍‌ବାନ ଶୀର୍ଷକ ଅନଲାଇନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ବିଶ୍ୱବିଦ୍ୟାଳୟର ଆଦିବାସୀ  ଅଧ୍ୟୟନ କେନ୍ଦ୍ରର ସମ୍ମାନସୂଚକ ଚେୟାର ତଥା ମଥୁରାସ୍ଥିତ ଜିଏଲଏ  ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ  ଆଣ୍ଡ ହ୍ୟୁମାନିଟିଜର ମୁଖ୍ୟ ପ୍ରଫେସର ପଂଚାନନ ମହାନ୍ତି  ଓ  ଗୁରୁଗ୍ରାମସ୍ଥିତଏଫଆଇଡିଆର ର ନିର୍ଦ୍ଦେଶକ ତଥା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ଚାରୁଦତ ପାଣିଗ୍ରାହୀ ଉପୋରକ୍ତ ବିଷୟରେ ସାରଗର୍ଭକ ବକ୍ତୁତା ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳସଚିବ  ଡ. ଅସିତ କୁମାରଦାସ,ପରୀକ୍ଷା ନିୟନ୍ତ୍ରକ ଡ.ରାମ ଶଙ୍କର,ପରିଦର୍ଶକ ପ୍ରଫେସର ,ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନର ଅଧ୍ୟାପକ  ଓ କର୍ମଚାରୀ ,ଗବେଷଣା ବିଦ୍ୱାନ ଏବଂ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବିଶ୍ୱବିଦ୍ୟାଳୟର ଆଦିବାସୀ କଲ୍ୟାଣ ଓ ଗୋଷ୍ଠି ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ତଥା ସମାଜ ବିଜ୍ଞାନ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. କପିଳ ଖେମୁଣ୍ଡୁ ବିଶ୍ୱ ମୂଳନୀବାସୀ  ଆନ୍ତର୍ଜାତୀୟ ଦିବସ ସଂପର୍କରେ ଆଲୋକପାତ କରିଥିଲେ ।ନୂତତ୍ୱ ବିଭାଗର ସହାୟକ ପ୍ରଫେସର ଡ. ବି.କେ, ଶ୍ରୀନିବାସ ଧନ୍ୟବାଦ ଅର୍ପଣ କରିଥିଲେ ।ସମାଜ ବିଜ୍ଞାନ ବିଭାଗର ନିରଞନ ମାଝି ଓ ଜୋସ୍ନା ଯୋଶୀ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥାପନା କରିଥିଲେ ।ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ କାର୍ଯ୍ୟକ୍ରମରେ ଯୋଗଦେଇ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.