Home କେନ୍ଦୁଝର ପାଇପ ବିଛାଇବା ପାଇଁ କଟାଯାଉଛି କଂକ୍ରିଟ ରାସ୍ତା

ପାଇପ ବିଛାଇବା ପାଇଁ କଟାଯାଉଛି କଂକ୍ରିଟ ରାସ୍ତା

84

ହାଟଡିହି- ୧୦ /୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ସରକାରଙ୍କ ତରଫରୱୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ବ୍ଲକର ସମସ୍ତ ଗ୍ରାମକୁ ବିଷୁଦ୍ଧ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଡଙ୍ଗାଚୁଆ ନିକଟରେ ପ୍ରକଳ୍ପ ନିର୍ମାଣ କରାଯାଇ ସମସ୍ତ ଗ୍ରାମକୁ ପାଇପ ବିଛା କାମ ଚାଲିଛି । କିନ୍ତୁ ଏହି ପାଇପ ବିଛାଇବା ପାଇଁ ଠିକାଦାର କୋଟି କୋଟି ଟଙ୍କାର ରାସ୍ତାକୁ ନଷ୍ଟ କରିବାରେ ଲାଗିଛି । ପ୍ରତି ଗାଁରେ ରାସ୍ତା ଗୁଡିକୁ ବିପର୍ଯ୍ୟସ୍ଥ କରିପକାଇଥିବାବେଳେ ଏବେ ବିଭିନ୍ନ ସ୍ଥାନରେ କଂକ୍ରିଟ ରାସ୍ତା ଗୁଡିକୁ ମେସିନି ସାହାଯ୍ୟରେ କାଟୁଥିବା ଦେଖିବାକୁ ମିଳିଛି । ଛେନାପଦି ହଦଗଡ ରାସ୍ତାର ବୈଦାଖିଆ ନିକଟରେ କୋଟି କୋଟି ଟଙ୍କା ବ୍ୟୟରେ ଗତ ବର୍ଷକ ତଳେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତାକୁ କାଟି ପାଇପ ବିଛାଚାଲିଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ରାସ୍ତାକୁ ପୁନର୍ବାର କଂକ୍ରିଟ କରାଯିବ କି ନାହିଁ ସେ ସମ୍ପର୍କରେ କାହା ପାଖରେ ତଥ୍ୟ ନାହିଁଁ । ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ଯନ୍ତ୍ରୀଙ୍କୁ ପଚାରିବାରେ ଉକ୍ତ ଠିକାସଂସ୍ଥା ଏସମ୍ପର୍କରେ ବିଭାଗକୁ ଜଣାଇ ନଥିବା କହିଛନ୍ତି । ଖାଲି ଏହି ଗୋଟିଏ ରାସ୍ତା ନୁହଁ ବିଭିନ୍ନ ସ୍ଥାନରେ ନୁଆକରି ନିର୍ମାଣ ହୋଇଥିବା ପିଚୁ ସଡକ ଓ କଂକ୍ରିଟ ରାସ୍ତା ଗୁଡିକୁ ଠିକାସଂସ୍ଥା ଖୋଳିଦେଇ ପାଇପ ବିଛାଉଥିବାରୁ ରାସ୍ତା ଗୁଡିକ ବିପର୍ଯ୍ୟସ୍ଥ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.