Home Coronavirus Outbreak ଧର୍ମାନ୍ଧ ଧର୍ମ ନିରପେକ୍ଷ ଦଳ: ସରକାରୀ କଟକଣା ନୁହେଁ, ଜ୍ୟୋତିଷଙ୍କ ଶୁଭଲଗ୍ନକୁ ମାନିଲେ ସେକୁଲାର୍ ନେତା

ଧର୍ମାନ୍ଧ ଧର୍ମ ନିରପେକ୍ଷ ଦଳ: ସରକାରୀ କଟକଣା ନୁହେଁ, ଜ୍ୟୋତିଷଙ୍କ ଶୁଭଲଗ୍ନକୁ ମାନିଲେ ସେକୁଲାର୍ ନେତା

1429

ଭୁବନେଶ୍ୱର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ଆଜି ରାମନଗରରେ କର୍ଣ୍ଣାଟକର ପୂର୍ବତନ ଗୃହମନ୍ତ୍ରୀ ଏମ୍ କୃଷ୍ଣପ୍ପାଙ୍କ ନାତୁଣୀ ରେଭାଟୀଙ୍କ ସହ ବିବାହ ବନ୍ଧନରେ ଆବଧ ହୋଇଛନ୍ତି। ତେବେ ଏହି ବିବାହ ଉତ୍ସବର ଯେଉଁ ଭିଡିଓ ଆସିଛି ସେଥିରେ କରୋନା ଭାଇରସ୍ ଆତଙ୍କ କାରଣରୁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷା କରିବା ନିୟମର ସଂପୂର୍ଣ୍ଣ ଉଲଘଂନ ହୋଇଥିବା ଦେଖାଯାଉଛି। ଏଚ୍.ଡି କୁମାରସ୍ୱାମୀ ଜନତା ଦଳ (ଧର୍ମ ନିରପେକ୍ଷ)ର ହୋଇଥିବା ବେଳେ ଏମ କୃଷ୍ଣପ୍ପା କଂଗ୍ରେସ ଦଳର ନେତା। କରୋନା ଆତଙ୍କ କାରଣରୁ ବିବାହ ତାରିଖ ଘୁଞ୍ଚାଇ ଦେବା ପାଇଁ ଏମାନଙ୍କୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଧର୍ମ ନିରପେକ୍ଷ ଦଳର ଏହି ଦୁଇ ଧର୍ମାନ୍ଧ ନେତା ସରକାରୀ କଟକଣାକୁ ନମାନି ଜ୍ୟୋତିଷଙ୍କ ପକ୍ଷରୁ କରାଯାଇଥିବା ଶୁଭ ବେଳାକୁ ଗୁରୁତ୍ୱ ଦେଇଥିଲେ। ବିବାହ ଉତ୍ସବ ତ’ ହେଲା, ସାଙ୍ଗରେ ସାମାଜିକ ଦୂରତା ରଖିବା ନିୟମର ଧଜିଆ ଉଡ଼ାଇ ଦିଆଗଲା। – ଦେବଦତ୍ତ ରଥ

ଚେତାବନୀ: ନଭେମ୍ବରରେ ପୁଣି କାୟା ବିସ୍ତାର କରିପାରେ କରୋନା!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.