Home ଓଡ଼ିଶା ସାରଦା ଖଣି କର୍ମଚାରୀ ୭ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେଲେ

ସାରଦା ଖଣି କର୍ମଚାରୀ ୭ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେଲେ

364

ଯୋଡା, ୧୭ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ୍ର) : କୋଭିଡ-୧୯ର ମୁକାବିଲା କରିବା ନିମନ୍ତେ ଖଣି ଅଞ୍ଚଳର ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନର ହାତ ବଢାଇଥିବା ଦେଖିବାକୁ ମିଳିଛି । ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ସାରଦା ଲୌହ ଖଣିର ୨୩୯ଜଣ କର୍ମଚାରୀ ସେମାନଙ୍କ ୭ଦିନର ଦରମା ମୋଟ ୨ଲକ୍ଷ ୬୫ ହଜାର ୨୧୯ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିବା ଜଣାପଡିଛି । ଏହାର ପରିଚାଳକ ଅର୍ଜୁନ ସାରସ୍ୱତଙ୍କ ନେତୃତ୍ୱରେ ଏହି ପରିମାଣର ଏକ ଚେକ୍ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କା ମୁନାଫା କରିଥିବା ବୃହତ୍ତ ଖଣି କମ୍ପାନୀ ମାନଙ୍କ ପକ୍ଷରୁ ରାଜ୍ୟର ଏହି ଘଡି ସନ୍ଧି ମୁହୁର୍ତ୍ତରେ ସହାୟତାର ହାତ ବଢାଇନଥିବା ବେଳେ ଛୋଟ କମ୍ପାନୀ ମାନଙ୍କର ଏହି ବଦାନ୍ୟତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.