Home ଓଡ଼ିଶା ନୟାଗଡ଼ ଜିଲାରେ କରୋନା ଅକ୍ରାନ୍ତ ୧୦କୁ ମିଶାଇ ୪୨୫, ସୁସ୍ଥ ୨୯୪ ଜଗନ୍ନାଥପ୍ରସାଦ, କାଦୁଆପଡ଼ା ଓ...

ନୟାଗଡ଼ ଜିଲାରେ କରୋନା ଅକ୍ରାନ୍ତ ୧୦କୁ ମିଶାଇ ୪୨୫, ସୁସ୍ଥ ୨୯୪ ଜଗନ୍ନାଥପ୍ରସାଦ, କାଦୁଆପଡ଼ା ଓ କାଦୁଆପଡ଼ାପାଟଣା କଂଟେନମେଂଟ ଜୋନ

136

ନୟାଗଡ଼, ୨୪ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଶୁକ୍ରବାର ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏହି ୧୦ ନୂଆ ଆକ୍ରାନ୍ତକୁ ମିଶାଇ ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫ ରେ ପହଂଚିଛି। ଏହି ୧୦ଜଣଙ୍କ ମଧ୍ୟରେ ନୟାଗଡ଼ ପୌରାଚଂଳରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ଦଶପଲ୍ଲା ବ୍ଳକରୁ ଜଣେ, ଓଡ଼ଗାଁ ବ୍ଳକରୁ ୩ଜଣ, ରଣପୁର ବ୍ଳକରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟା ବଢୁଥିବା ନେଇ ଏକପ୍ରକାର ସାନ୍ତ୍ୱନା ମିଳିଛି  ା ଆକ୍ରାନ୍ତଙ୍କ ସଂଖ୍ୟା ୪୨୫ ଥିବାବେଳେ ଆଜିସୁଦ୍ଧା କରୋନା ସୁସ୍ଥଙ୍କ ସଂଖ୍ୟା ୨୯୪ ଜଣ ହୋଇଛି। ସେଥିମଧ୍ୟରୁ ନୟାଗଡ଼ ବ୍ଲକରୁ ୨୭ଜଣ, ନୟାଗଡ଼ ପୌରାଚଂଳରୁ ୩୩, ଓଡ଼ଗାଁରୁ ୧୦୨, ନୂଆଗାଁ ବ୍ଳକରୁ ୩୨, ଦଶପଲାରୁ ୨୬, ଗଣିଆରୁ ୯, ଭାପୁର ବ୍ଳକରୁ ୧୧, ରଣପୁର ବ୍ଳକରୁ ୪୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଖଣ୍ଡପଡ଼ା ବ୍ଳକ ଜଗନ୍ନାଥପ୍ରସାଦ ଗ୍ରାମରୁ ଏକକାଳୀନ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଜିଲାପାଳ ଡ ପୋମା ଟୁଡୁ ଜଗନ୍ନାଥପ୍ରସାଦ, କାଦୁଆପଡ଼ା ଓ କାଦୁଆପଡ଼ାପାଟଣାକୁ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି। ଜଗନ୍ନାଥପ୍ରସାଦର ସମସ୍ତ ୩୦ଜଣ ଆକ୍ରାନ୍ତଙ୍କୁ ଖଣ୍ଡପଡ଼ା କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.