Home ଜିଲ୍ଲା ପରିକ୍ରମା ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

26

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏରଡା ଗ୍ରାମପାଂଚାୟତର ମୁରବୀ, ଜଣେ ଧର୍ମପ୍ରାଣ ବ୍ୟକ୍ତି ତଥା ସମାଜସେବୀ କମଳାକାନ୍ତ ପାଣିଗ୍ରାହୀଙ୍କର ଭୁବନେଶ୍ୱର ଠାରେ ୮୯ବର୍ଷ ବୟସରେ ଭୋର ୪.୩୦ରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ଥିଲେ। ଏରଡା ଗ୍ରାମର ମୁରବୀ ଭାବେ ଜଣାଶୁଣା ଥିବା ସହ ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା କରିବା ଭଳି ବିଭିନ୍ନ ଧର୍ମାନୁଷ୍ଠାନ ସହ ଜଡିତ ଥାଇ ବାଲିଖଣ୍ଡ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟ ଭାବେ ବିଭିନ୍ନ ସମାଜସେବା କାର୍ଯ୍ୟରେ ବ୍ରତୀଥିଲେ। ତାଙ୍କ ଇଚ୍ଛାନୁଯାୟୀ ଅପରାହ୍ନରେ ଏରଡା ଠାରେ ତାଙ୍କ ମରଦେହର ସତ୍କାର କରାଯାଇଛି। ଜ୍ୟେଷ୍ଠପୁତ୍ର ପବିତ୍ର ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲା ବେଳେ ପୁତ୍ର ନିଶିକାନ୍ତ ଓ ଡା. ଦେବବ୍ରତ, ପୁତ୍ରବଧୂ ସୁଚିତ୍ରା, ଗୋପା ଓ ଡା. ସୁଖଦା ମିଶ୍ର, ଜାମାତୀ ତୁହିନାଂଶୁ ଓ ବୀରେନ୍ଦ୍ର, ଝିଅ ବିଜୟନୀ, ସୁବାଷିନୀ ଓ ନାତୀ ସୌମ୍ୟଶ୍ରୀଙ୍କ ସମେତ ସଂପକୀୟ ତଥା ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। କମଳାକାନ୍ତଙ୍କ ତିରୋଧାନରେ ସମଗ୍ର ପଂଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.