Home ଜିଲ୍ଲା ପରିକ୍ରମା ଅଖଣ୍ଡ ଭାରତ ବ୍ରାହ୍ମଣ ପରିଷଦ ଗଠିତ

ଅଖଣ୍ଡ ଭାରତ ବ୍ରାହ୍ମଣ ପରିଷଦ ଗଠିତ

41

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜର ସର୍ବବିଧ ମଙ୍ଗଳ ପିତାମାତାଙ୍କ ପ୍ରତି ଭକ୍ତି, ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସଂସ୍କାରୀ କରାଇବା ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ କରାଯାଇ ବିଶ୍ୱର ମଙ୍ଗଳ ପାଇଁ ବେଦ ପାଠ କରିବା ସତ୍ୟ ନ୍ୟାୟ ଧର୍ମକୁ ପ୍ରାଧାନ୍ୟ ଦେଇ ନୀତି ନିୟମ ନିଷ୍ଠାକୁ ସମାଜରେ କାର୍ଯ୍ୟକାରୀ କରାଇବା, ଅଧର୍ମକୁ ବିନାଶ କରି ଧର୍ମର ଝଣ୍ଡା ଉଡ଼ାଇବା ଆଦି ବିଭିନ୍ନ ଗଠନ ମୂଳକ ଆଲୋଚନା କରାଯାଇ କଳ୍ପନା ଦେବୀ ଆବାସିକ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଉପସ୍ଥିତ ପଣ୍ଡିତମାନଙ୍କୁ ନେଇ ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ପଣ୍ଡିତ ସଞ୍ଜୟ ପାଢୀଶର୍ମାଙ୍କ ଆବାହକତ୍ୱରେ ପଣ୍ଡିତ ନାରାୟଣ ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ପାଢୀ, ବିଶ୍ୱରଂଜନ ପଣ୍ଡା, ସୌମ୍ୟରଂଜନ ପଣ୍ଡା, ଗୁରୁକଲ୍ୟାଣ ପଣ୍ଡା, ରାଜକିଶୋର ତ୍ରିପାଠୀ, ଗଜେନ୍ଦ୍ର ପ୍ରସାଦ ଅଗସ୍ତି, ପ୍ରଶାନ୍ତ କୁମାର ତ୍ରିପାଠୀ ଏବଂ ଶତୃଘ୍ନ ପତି ଅତିଥି ଭାବେ ଯୋଗ ଦେଇ ବିଶ୍ୱ କଲ୍ୟାଣ ନିମନ୍ତେ ବ୍ରାହ୍ମଣ ସମାଜର ଭୂମିକା ଉପରେ ନିଜନିଜର ସୁଚିନ୍ତିତ ମତ ରଖିଥିଲେ। ସଭାରମ୍ଭରେ ପଣ୍ଡିତ ଶତୃଘ୍ନ ପତି ଏବଂ ପଣ୍ଡିତ ଗଜେନ୍ଦ୍ର ପ୍ରସାଦ ଅଗସ୍ତି ବେଦପାଠ କରିବା ପରେ ଏହି ମହାବିଦ୍ୟାଳୟର ଆଦର୍ଶ ଉପାଧ୍ୟକ୍ଷ ଗୌରାଙ୍ଗ ପେରେଇ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାନ କରିଥିଲେ ମହାବିଦ୍ୟାଳୟର ଛାତ୍ରୀଗଣ ବିପ୍ରମାନଙ୍କୁ ଭବ୍ୟ ସ୍ୱାଗତ କରିଥିବା ବେଳେ ଶାରଦା କମଳା ବିଦ୍ୟାଳୟର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ରାୟ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ପରିଶେଷରେ ଆବାହକ ପଣ୍ଡିତ ସଞ୍ଜୟ ପାଢୀଶର୍ମା ଧନ୍ୟବାଦ ଦେଲା ପରେ ସଭା ସାଂଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.