Home କେନ୍ଦୁଝର ଧର୍ମପ୍ରାଣା ସୁଚିତ୍ରା ପଟ୍ଟନାୟକଙ୍କ ପରଲୋକ

ଧର୍ମପ୍ରାଣା ସୁଚିତ୍ରା ପଟ୍ଟନାୟକଙ୍କ ପରଲୋକ

51

ହାଟଡ଼ିହି, ୧୧ । ୯ : :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଗ୍ରାମର ଧର୍ମ ପରାୟଣା ମହିଳା ସିୁମିତ୍ରା ପଟ୍ଟନାୟକଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ସରଳ, ନିଷ୍କପଟ ମହିଳା ଭାବେ ସମସ୍ତଙ୍କ ନିକଟରେ ପ୍ରୀୟପାତ୍ରୀ ଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଦିକ୍ଷାରେ ଦୀକ୍ଷିତ ହୋଇଥିବା ସୁମିତ୍ରା ନିଜକୁ ଆଧ୍ୟାତ୍ମିକ ମାର୍ଗରେ ନିୟୋଜିତ କରିଥିଲେ । ତାଙ୍କ ପରଲୋକରେ ସମଗ୍ର ଓରାଳି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ସୁବାସ ଚନ୍ଦ୍ର ପଟ୍ଟନାୟକ, ଚାରିପୁଅ ଯଥା ପ୍ରଦ୍ୟୁମ୍ନ ପଟ୍ଟନାୟକ, (ବାବୁ), ସ୍ତମ୍ବକାର ସୁବ୍ରତ ପଟ୍ଟନାୟକ, ସମାଜସେବୀ ବୁବୁ ପଟ୍ଟନାୟକ, ପରାମର୍ଶଦାତା ଶ୍ରବଣ ପଟ୍ଟନାୟକ, ଚାରିବୋହୁ, ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ପରଲୋକ ଖବରପାଇ ଅବସରପ୍ରାପ୍ତ ଅତିରିକ୍ତ ସଚିବ ପ୍ରମୋଦ କୁମାର ରାଉତ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଜୟପ୍ରକାଶ ଜେନା, ଅଶୋକ ପଟ୍ଟନାୟକ, ସୁପ୍ରଭାତ ପଟ୍ଟନାୟକ, ଡାକ୍ତର ବରେନ ପଟ୍ଟନାୟକ, ଅମର ପଟ୍ଟନାୟକ, ଜେ,କେ ମହାନ୍ତି, ଚିରଞ୍ଜିବି ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେମ ପହଞ୍ଚି ଶେଷଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱାର୍ଗଦ୍ୱାର ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସେଠାରେ ବଡପୁଅ ବାବୁ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.