Home ଜିଲ୍ଲା ପରିକ୍ରମା ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

23

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ବାଲିପଦା ଗ୍ରାମର ବିଶିଷ୍ଟ ଧର୍ମପରାୟଣ, ସାମାଜିକ ଅନୁଷ୍ଠାନ ପ୍ରିୟ, ପରୋପକାରୀ ବ୍ୟକ୍ତି ମୁରଲୀଧର ବିଶ୍ୱାଳଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ବହୁ ଧର୍ମାନୁଷ୍ଠାନ ସହିତ ଜଡ଼ିତ ରହି ଅନୁଷ୍ଠାନର ଉନ୍ନତି କଳ୍ପେ ବହୁବିଧ କାର୍ଯ୍ୟ କରିଥିଲେ । ତାଙ୍କ ପ୍ରଚେଷ୍ଟାରେ ଘଣ୍ଟେଶ୍ୱର ବଜାରରେ ଶ୍ରୀଶ୍ରୀ ମହାନନ୍ଦ ଦାଶ ବାବାଜୀଙ୍କ ଆଶ୍ରମ ପ୍ରତିଷ୍ଠା ହୋଇଛି । ପଞ୍ଚଟିକ୍ରି ଆଶ୍ରମର ସେ ଜଣେ ସକ୍ରିୟ ସଦସ୍ୟ ଥିଲେ । ଏହା ଛଡ଼ା କଟକ, ଭୁବନେଶ୍ୱରର କେତେକ ଧର୍ମାନୁଷ୍ଠାନ ସହ ସେ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ବଂଶୀଧର ଦାସ ଗଭୀର ଶୋକ ପ୍ରକଟ କରିଥିବା ବେଳେ ପଞ୍ଚୁଟିକ୍ରିରୁ ସମାଜସେବୀ ଆନନ୍ଦ ଚନ୍ଦ୍ର ବେହେରା, ଶୈଳେନ୍ଦ୍ର ସାହୁ, ଭାଗିରଥୀ ନାୟକ, ବାସୁଦେବପୁରରୁ କମଳାକାନ୍ତ ଡାଙ୍ଗୁଆ, ସ୍ମୃତିରଂଜନ ପ୍ରଧାନ ତାଙ୍କ ମରଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.