Home ଓଡ଼ିଶା ଧର୍ମପରାୟଣ ଜ୍ୟୋତିର୍ବିଦ ଓ ତାଙ୍କ ପତ୍ନୀ ଙ୍କ ଦେହାନ୍ତରେ ଜିଲ୍ଲାରେ ଶୋକର ଛାୟା

ଧର୍ମପରାୟଣ ଜ୍ୟୋତିର୍ବିଦ ଓ ତାଙ୍କ ପତ୍ନୀ ଙ୍କ ଦେହାନ୍ତରେ ଜିଲ୍ଲାରେ ଶୋକର ଛାୟା

89

ମାଲକାନଗିରି,୨ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଜଣେ ଧର୍ମପରାୟଣ ବିଶିଷ୍ଟ ଜ୍ୟୋତିର୍ବିଦ ବିପିନି ବିହାରୀ ମିଶ୍ର(୭୨) ଓ ତାଙ୍କ ପତ୍ନୀ ଶାନ୍ତିଲତା ମିଶ୍ର(୬୬) ଙ୍କ ଦେହାନ୍ତରେ ସମଗ୍ର ଜିଲ୍ଲାରେ ଶୋକର ଛାୟାଖେଳି ଯାଇଛି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ରିକ୍ଲାମେସନ କଲୋନିରେ ରହୁଥିବା ସ୍ୱର୍ଗତ ମିଶ୍ର ଜଣେ ପରଉପକାରି ଧର୍ମପରାୟଣ ସମାଜସେବି ବ୍ୟକ୍ତିଥିଲେ । ସେ ଚାକିରିରୁ ଅବସର ନେବାପରେ ନିଜ ଘରନିକଟରେ ନିଜ ଉଦମ୍ୟରେ ଏକ ଶିବମନ୍ଦିର ପ୍ରତିଷ୍ଟା କରିବା ସହିତ ଜ୍ୟୋତିଶ କାମକରୁଥିଲେ ।ଅତ୍ୟାଧୁନିକ ଇଟଂରନ ନେଟ ଯୁଗରେ ତାଳପତ୍ର ଜାତକ କୁ ଲୋକମାନେ ଭୁଲିଯାଉଥିବା ବେଳେ ଶ୍ରୀ ମିଶ୍ର ନିଜର କୌଳିକ ବୃତି ଓ ତାଳପତ୍ର ଜାତକ ପ୍ରଥାକୁ ବଚାଂଇରଖିଥିଲେ । ସେଜଣେ ବିଶିଷ୍ଟ ଜ୍ୟୋତିର୍ବିଦ ଓ ବାସ୍ତୁବିଚାରକ ଥିବାରୁ ପ୍ରତି ଦିନ ତାଙ୍କ ନିକଟକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଜାତକ ,ହାତ ଦେଖାଇ ଭାଗ୍ୟବିଚାର ଜାଣିବାସହିତ ବାସ୍ତୁବିଚାର ସଂପର୍କରେ ଜାଣୁଥିଲେ , ସେ ଅନେକ ଦିନହେଲା କିଡନୀ ଜନିତ ରୋଗରେ ପିଡିତ ଥିଲେ, ମାଲକାନଗରି ଜିଲ୍ଲା ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁଘଟିଛି । ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟାନିକଟରେ ବଡପୁଅ ପୁଅ ବିକାଶ କୁମାର ମିଶ୍ର,ମଝିଆ ପୁଅ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ର ମୁଖ୍ୟ ଓ ଯୋଗ ଗୁରୁ ବିନାଶ କୁମାର ମିଶ୍ର,ବିଶ୍ୱାସ କୁମାର ମିଶ୍ର,ବିଦେଶ କୁମାର ମିଶ୍ର ଉପସ୍ଥିତ ଥିଲେ । ମାଲକାନଗିରି ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ କୋଭିଡ ନିୟମ ପାଳନ କରି ସ୍ୱର୍ଗତ ମିଶ୍ରଙ୍କୁ ଶେଷ ଦର୍ଶନ କରି ପୁସ୍ପଗୋଛ ଦେଇ ପରିବାରଙ୍କ ସହିତ ସ୍ମଶାନକୁ ଯାଇ ଶବସଂସ୍କାର କରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ ଶାନ୍ତିଲତା ମିଶ୍ର ଙ୍କର ଗତ ଦେଢମାସ ତଳେ ଦେହାନ୍ତ ହୋଇଥିଲା ,ସେଜଣେ ମଧ୍ୟ ପରଉପକାରି ଧର୍ମପରାୟଣ ମହିଳା ଥିଲେ । ଦେଡ ମାସ ବ୍ୟବଧାନ ମଧ୍ୟରେ ମା ଓ ବାପା ଙ୍କୁ ହରାଇ ୪ପୁତ୍ର ଓ ପୁତ୍ର ବଧୁମାନେ ଭାଙ୍ଗିପଡିବା ସହିତ ସେମାନଙ୍କ ଆଖିରୁ ଲୁହଶୁଖୁନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.