Home ଓଡ଼ିଶା ଜିଲ୍ଲାପାଳ ଓ ଏସପି ଙ୍କ ମାନବିକତା, ଦୁର୍ଘଟଣାରେ ରାସ୍ତାରେ ପଡିଥିବା ବାପ ଓ ଝିଅ ଙ୍କୁ...

ଜିଲ୍ଲାପାଳ ଓ ଏସପି ଙ୍କ ମାନବିକତା, ଦୁର୍ଘଟଣାରେ ରାସ୍ତାରେ ପଡିଥିବା ବାପ ଓ ଝିଅ ଙ୍କୁ ହସପିଟାଲ କୁ ପଠାଇ ଜୀବନ ବଚାଂଇଲେ

79

ମାଲକାନଗିରି,୨ା୭ (ଓଡିଆ ପୁଅ ) ବାଇକ ଦୁର୍ଘଟଣାରେ ରାସ୍ତାରେ ଆହତ ହୋଇପଡିଥିବା ବାପ ଓ ଝିଅଙ୍କୁ ହସପିଟାଲ ନେଇ ଜୀବନବଚାଂଇ ମାନବିକତା ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ଏସପି । ଗତ କାଲି ସୀମାନ୍ତ ମୋଟୁ ଗସ୍ତକାମ ସାରି ମାଲକାନଗରି କୁ ଫେରୁଥିବା ବେଳେ ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ଶିଖପାଲି ଠାରେ ବାଇକ ଦୁର୍ଘଟଣାରେ ରାସ୍ତାରେ ଆହତ ଅବସ୍ଥାରେ ବାପ ଓ ଝିଅ ପଡିଥିଲେ । ସେହି ରାସ୍ତାରେ ଦେଇ ଯାଉଥିବା ଅନ୍ୟ ଲୋକମାନେ ପୁଲିସର କେସ ହେବା ଭୟରେ ତାଙ୍କୁ କେହି ଉଦ୍ଦାରକରି ନଥିଲେ । ଠିକ ସେହି ରାସ୍ତାରେ ମୋଟୁ ରୁ ଫେରୁଥିବା ମାଲକାନଗିରି ର ନୂତନ ଜିଲ୍ଲାପାଳ ବିଶାଲ ସିଂ ଓ ଏସପି ରିଶିକେଶ ଡି ଖିଲାରୀ ଆହତ ଦୁଇଜଣଙ୍କୁ ରାସ୍ତାରେ ପଡିଥିବା ଦେଖି ଗାଡି ଅଟକାଇ ସେମାନଙ୍କୁ ଉଦ୍ଧାର କରି ପିସିଆର ଭ୍ୟାନକୁ ଫୋନକରିଥିଲେ । ପିସିଆର ଭ୍ୟାନ ପହଁଚିବା ପରେ ସେ ଦୁହିଁଙ୍କୁ ହସପିଟାଲକୁ ତୁରନ୍ତ ପଠାଇ ସେମାନଙ୍କ ର ଚିକିତ୍ସାବ୍ୟବସ୍ଥା କରିଥିଲେ ।ହସପିଟାଲରେ ପହଁଚିବାରେ ବିଳମ୍ବ ହୋଇଥିଲେ ବାପ ଝିଅଙ୍କ ଅଧିକ ରକ୍ତ ଶ୍ରାବ ହୋଇ ପରିସ୍ଥିତି ଜଟିଳ ହୋଇଯାଇଥାନ୍ତା, ସେମାନେ ଠିକସମୟରେ ହସପିଟାଲରେ ପହଁଚିଥିବାରୁ ସେମାନେ ବିପଦ ମୁକ୍ତ ଅଛନ୍ତି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ବାପ ଝିଅଙ୍କ ଜୀବନ ବଚିଂ ଯାଇଥିବାରୁ ବାପା ଝିଅ ଙ୍କ ସହିତ ଜିଲ୍ଲାବାସୀ ନୂତନ ଜିଲ୍ଲାପାଳ ଓ ଏସପି ଙ୍କ ର ମାନବିକତାକୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.