Home କଳାହାଣ୍ଡି ଧର୍ମଗଡ ବ୍ରାହ୍ମଣ ସମାଜ ନାମରେ ପିଏମପିଏମ କେଆରସ/ ସିଏମଆରଏଫ କୁ ସହେଯାଗ ରାଶି ଦାଖଲ

ଧର୍ମଗଡ ବ୍ରାହ୍ମଣ ସମାଜ ନାମରେ ପିଏମପିଏମ କେଆରସ/ ସିଏମଆରଏଫ କୁ ସହେଯାଗ ରାଶି ଦାଖଲ

187

କଳାହାଣ୍ଡି – ତା.୨୫.୦୪.୨୦୨୦ (ଓଡିଆପୁଅ) ସାଂପ୍ରତିକ ସ୍ଥିତିରେ ସମଗ୍ର ଦେଶ କୋଭିଦ-୧୯ ସହ ସଂଗ୍ରାମ ଜାରି ରଖିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ପାଣ୍ଠିରୁ ଅନେକ ଯୋଜନା ପ୍ରଣୟନ କରୁଥିବା ଜଣାପଡିଛି । ଏହି ଅବସରରେ ବିଭିନ୍ନ ସାମାଜିକ ସଂସ୍ଥା ତଥା ବ୍ୟକ୍ତି ବିଶେଷ ପିଏମ କେଆରସ ପାଣ୍ଠିକୁ ଏବଂ ସିଏମଆରଏଫ ପାଣ୍ଠିକୁ ଅକୁଣ୍ଠିତ ଭାବରେ ସହଯୋଗ ରାଶି ଦାଖଲ କରୁଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରେ ଜୟପାଟଣା ଅଂଚଳର ପ୍ରତ୍ୟେକ ବ୍ରାହ୍ମଣ ପରିବାର ରୁ ଯଥା ସମ୍ଭବ ସହଯୋଗ ରାଶି ସଂଗ୍ରହ କରାଯାଇ ଜୟପାଟଣା ଆଂଚଳିକ ବ୍ରାହ୍ମଣ ସମାଜ ପକ୍ଷରୁ ୨୨ ହଜାର ଟଙ୍କା ସିଏମଆରଏଫ କୁ ସହଯୋଗ ରାଶି ଦାଖଲ କରାଯାଇଛି ।
ସେହିପରି କଳାହାଣ୍ଡି କୁଲତା ସମାଜ ପକ୍ଷରୁ ସବାପତି ହୁକୁମ ଭୋଇ, ସମ୍ଫାଦକ ଯତୀନ୍ଦ୍ର ଭୋଇ ପ୍ରମୂଖ କେସିଙ୍ଗା ବିଡିଓ ଙ୍କ ମାଧ୍ୟମରେ ସିଏମଆରଏଫ କୁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ପିଏମ କେଆର ପାଣ୍ଠିକୁ ୫୧ ହଜାର ଟଙ୍କାର ଚେକ ପ୍ରଦାନ କରିଥରବା ଜଣାପଡିଛି । ସମଗ୍ର ଜିଲ୍ଲାରୁ ସ୍ୱେଚ୍ଛାକୃତ ଭାବେ କୁଲତା ସମାଜର ଲୋକେ ବ୍ୟକ୍ତିଗତ ବାବେ ଏହି ମହତ କାର୍ଯ୍ୟ ପାଇଁ ଅର୍ଥ ରାଶି ପ୍ରଦାନ କରିଥିବା ଜିଲ୍ଲା ସଭାପତି ହୁକୁମ ଭୋଇଙ୍କ ସୂତ୍ରରୁ ପ୍ରକାଶ । କଳାହାଣ୍ଡିର ବହୁ ବ୍ୟକ୍ତି ବିଶେଷ ନିଜ ନିଜ ସାମର୍ଥ୍ୟ ଅନୁସାରେ ସିଏମଆରଏଫ ଓ ପିଏମ କେଆର ପାଣ୍ଠିକୁ ସହେଯାଗ ରାଶି ପ୍ରଦାନ କରୁଥିବା ଜଣାପଡିଛି ।

ଜୁନାଗଡ ବ୍ଲକ ବ୍ରାହ୍ମଣ ସମାଜ ର ୧୦ ହଜାର ଟଙ୍କା ସହଯୋଗ ରାଶିକୁ ମିଶାଇ ଧର୍ମଗଡ ଉପଖଣ୍ଡ ବ୍ରାହ୍ମଣ ସମାଜ ପକ୍ଷରୁ ସିଏମଆରଏଫ ଓ ପିଏମପିଏମ କେଆରସ ପାଣ୍ଠିକୁ ୫୧ ହଜାର ଟଙ୍କା ଲେଖାଏଁ ସହେଯାଗ ରାଶି ସଭାପତି ଜନାର୍ଦନ ପଣ୍ଡାଙ୍କ ଦ୍ୱାରା ଭବାନୀପାଟଣା କଲେଜ ଛକସ୍ଥିତ ଏସବିଆଇ ଶାଖାରେ ଦାଖଲ କରାଯାଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କିଛି ପଦବୀ ଲାଲାୟୀତ ସଂକୀର୍ଣ୍ଣ ମନୋଭାବାପନ୍ନ ବ୍ୟକ୍ତି ବିଶେଷ ମାନେ ବ୍ରାହ୍ମଣ ସମାଜ ସଙ୍ଗଠନକୁ ନିଜ ହାତମୁଠାରେ ରଖିବା ଉଦେ୍ଦଶ୍ୟରେ ଅନ୍ୟାନ୍ୟ ଦକ୍ଷ ଓ ବିଜ୍ଞ ଲୋକ ମାନଙ୍କୁ ମଧ୍ୟ ସାମିଲ କରୁନଥିବା ଏବଂ କମ ଲୋକଙ୍କୁ ଡାକି କମିଟୀ ଗଠନ କରିଦେଉଥିବା ହେତୁ ପ୍ରତ୍ୟେକ ବ୍ରାହ୍ମଣ ପରିବାର ଏଥିରେ ସାମିଲ ହେଉନଥିବା ଚିତ୍ର ସ୍ପଷ୍ଟ ହୋଇଯାଇଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଯେହେତୁ ସାମୁହିକ ଭାବେ ସମସ୍ତ ପରିବାର ସାମିଲ ହୋଇ କମିଟୀ ଗଠିତ ହୋଇଥିଲେ ପ୍ରତ୍ୟେକ ସଭ୍ୟପରିବାରର ଯଥାଶକ୍ତି ସହଯୋଗ ରହୁଥାନ୍ତା କିନ୍ତୁ ସାର୍ବଜନୀନ ଭାବେ ହୋଇନଥିବାରୁ ସମସ୍ତଙ୍କ ସହଯୋଗ ରହୁନଥିବା ବିଷୟ ସ୍ପଷ୍ଟ ହୋଇଯାଇଥିବା ଆଲୋଚନା ହେଉଛି । ଏହାଛଡା ଅନ୍ୟ ବ୍ରାହ୍ମଣ ପରିବାର ପକ୍ଷରୁ ବ୍ୟକ୍ତିଗତ ଭାବେ ଯେଉଁ ରାଶି ସିଏମଆରଏଫ ଓ ପିଏମ କେଆରସ ପାଣ୍ଠିକୁ ପ୍ରଦାନ କରୁଛନ୍ତି ସେସବୁ ଏଥିରେ ସାମିଲ ହୋଇନଥିବାରୁ ସମାଜର ପାଣ୍ଠି ପରିମାଣ କମ ହୋଇଯାଇଥିବା ଅସମର୍ଥôତ ଆକଳନରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.