Home କଳାହାଣ୍ଡି ଧନବାଦରେ କଳାହାଣ୍ଡିର ସଂଗମ କଳାକାରଙ୍କ ସଫଳତା

ଧନବାଦରେ କଳାହାଣ୍ଡିର ସଂଗମ କଳାକାରଙ୍କ ସଫଳତା

181

ଭବାନୀପାଟଣା, ୨୫ା୦୭ (ଓଡ଼ିଆ ପୁଅ) : ଝାରଖଣ୍ଡର ଧନବାଦଠାରେ ଅଲ୍ ଇଣ୍ଡିଆ ଥିଏଟର୍ କାଉନ୍ସିଲ୍ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ସାଂସ୍କୃତିକ ମହୋତ୍ସବ ‘କାଲାହୀରା-୨୦୧୯’ରେ କଳାହାଣ୍ଡିର ‘ସଂଗମ’ ଅନୁଷ୍ଠାନର କଳାକାରମାନେ ବେଶ୍ ପ୍ରଶଂସିତ ହୋଇଛନ୍ତି । ଏଥିରେ ‘ସଂଗମ’ ପ୍ରଯୋଜିତ ତଥା ନାଟ୍ୟକାର ରାଜେନ୍ଦ୍ର ପାଢ଼ୀଙ୍କ ରଚିତ-ନିର୍ଦ୍ଦେଶିତ ନାଟକ ‘ଖର୍-ତପ୍’ ସର୍ବାଧିକ ପୁରସ୍କାର ଲାଭ କରିଛି ।

ତିନିଦିନ ବ୍ୟାପି ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨୮ଟି ନାଟକ ମଂଚସ୍ଥ ହୋଇଥିଲା । ଏଥିରେ ‘ଖର୍-ତପ୍’ ଦ୍ୱିତୀୟ ଶ୍ରେଷ୍ଠ ନାଟକ ଭାବେ ପୁରସ୍କୃତ ହୋଇଥିବା ବେଳେ ରାଜେନ୍ଦ୍ର ପାଢ଼ୀ ଶ୍ରେଷ୍ଠ ନିର୍ଦ୍ଦେଶକ ତଥା ଶ୍ରେଷ୍ଠ ଚରିତ୍ର ଅଭିନେତା, ଅନ୍ନପୂର୍ଣ୍ଣା ପଣ୍ଡା ତୃତୀୟ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ । ସେହିପରି ଶ୍ରେଷ୍ଠ ସଂଗୀତ ପରିଚାଳନା ପାଇଁ ଚକ୍ରଧର ମହାରଣା ଏବଂ ଶ୍ରେଷ୍ଠ ରୂପସଜ୍ଜା-ମଂଚସଜ୍ଜା ପାଇଁ ଯୋଗେନ୍ଦ୍ର ରଣାଙ୍କୁ ପୁରସ୍କୃତ କରାଯାଇଥିଲା ।

ଉକ୍ତ ନାଟକରେ ଶୁଭ୍ରାଂଶୁ ନନ୍ଦ, ସୁଧୀର ଧଙ୍ଗଡ଼ାମାଝୀ, ଡିଲେଶ୍ୱର ରଣା, ଦକ୍ଷ ସାହୁ, ଭୋଳାପ୍ରସାଦ ନାଗ, ଆଶାରାଣୀ ପଣ୍ଡା, ସୁଜାତା ମଲ୍ଲିକ, ଝୁନୁ ମଲ୍ଲିକ, ବିଷ୍ଣୁ ବଇଶାଲ, ଜୟନ୍ତ ଦାସ ପ୍ରମୁଖ ଅଭିନୟ କରିଥିବା ବେଳେ ଉପସ୍ମିତା କରୁଆଁ ଓ ଗୌରୀ ବାଗ ସହଯୋଗ କରିଥିଲେ । ସଂଗୀତରେ ସହଯୋଗ କରିଥିଲେ ଲିପ୍ସା ମହାରଣା, ରାକେଶ ବାଗ, ଶମ୍ଭୁ ହରିଜନ ଓ ଖଗପତି ହରିଜନ । ‘ସଂଗମ’ର ଏହି ସଫଳତାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଯୁବ ଲେଖକ ସମାବେଶ, କଳାହାଣ୍ଡି ଥିଏଟର୍ ତଥା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.