Home ଓଡ଼ିଶା ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର

ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର

189

ବାଲିଗୁଡା, ୨୫/୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଲାଗୁଡା ଗ୍ରାମରେ ଅଘଟଣ। ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର। ପଡୋଶୀ ଘରେ ନିଆଁ ଲାଗିଥିବା ଦେଖି ନିଆଁ ଲିଭାଇବାକୁ ଯାଇ ଦୁଇ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ ସଲାଗୁଡା ଗ୍ରାମର ସମରେନ୍ଦ୍ର କହଁରଙ୍କ ଘରେ କୌଣସି କାରଣରୁ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯାଇଥିଲା। ପାଟିଶୁଣି ପଡୋଶୀ ଦୁଇ ଯୁବକ ସନ୍ତୋଷ ପ୍ରଧାନ ଓ ପ୍ରଦୀପ କହଁର ନିଆଁ ଲିଭାଇବାପାଇଁ ଯାଇଥିଲେ। କିନ୍ତୁ ଉଭୟ ସନ୍ତୋଷ ଓ ପ୍ରଦୀପ ନିଆଁ ଧାସ ରେ ପୋଡି ଗୁରୁତର ହୋଇଥିବା ଜଣାପଡିଛି। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.