Home ଓଡ଼ିଶା ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରର ଆଠ ଷ୍ଟୁଡିଓରେ ଭିଡିଓ ୱାଲ ଓ ଆର୍ଥ ଷ୍ଟେସନ ଉଦଘାଟନ କଲେ...

ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରର ଆଠ ଷ୍ଟୁଡିଓରେ ଭିଡିଓ ୱାଲ ଓ ଆର୍ଥ ଷ୍ଟେସନ ଉଦଘାଟନ କଲେ ଶ୍ରୀ ପ୍ରକାଶ ଜାଭଡେକର

127

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ନୂଆଦିଲ୍ଲୀସ୍ଥିତ ଦୂରଦର୍ଶନ କେନ୍ଦ୍ରର ସମସ୍ତ ଆଠଟି ଷ୍ଟୁଡିଓରେ ଭିଡିଓ ୱାଲ ଓ ଆର୍ଥ ଷ୍ଟେସନକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ନିଜର ସମ୍ବୋଧନରେ ଶ୍ରୀ ପ୍ରକାଶ ଜାଭଡେକର ଦର୍ଶକମାନଙ୍କ ଅନୁଭୂତି ବୃଦ୍ଧି କରିବା ପାଇଁ ଭିଡିଓ ୱାଲର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ତିନି ବର୍ଷିଆ କାର୍ଯ୍ୟ ଯୋଜନା ଅନ୍ତର୍ଗତ ଦୂରଦର୍ଶନର ମୌଳିକ ଭିତିଭୂମି ବୃଦ୍ଧି କରିବା ପାଇଁ ସହଯୋଗ ପ୍ରଦାନ କରାଯାଉଛି। ରାଷ୍ଟ୍ରାୟତ ପ୍ରସାରଣକାରୀ ସଂସ୍ଥାଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଅତ୍ୟାଧୁନିକ ଭିଡିଓ ୱାଲ ଓ ସ୍ପେକ୍ଟ୍ରମ ସକ୍ଷମ ସାଟେଲାଇଟ ଉପକରଣ ଏହି ଦିଗରେ ଏକ ପଦକ୍ଷେପ। ଦୂରଦର୍ଶନର ଭୂମିକାକୁ ପ୍ରଶଂସା କରି ଶ୍ରୀ ଜାଭଡେକର କହିଲେ ଯେ ଏହି ଚ୍ୟାନେଲକୁ ବିଶ୍ୱସନୀୟତା ସହିତ ଦେଖାଯାଇଥାଏ। ସେ ଏହି ଅବସରରେ ଉପସ୍ଥିତ ଅଧିକାରୀମାନଙ୍କୁ ଡିଡି ଫି୍ର ଡିସକୁ ୩.୨୫ କୋଟି ଗୃହରୁ ବୃଦ୍ଧି କରି ୫ କୋଟି ଗୃହରେ ପହଂଚାଇବା ନେଇ କାର୍ଯ୍ୟ କରିବାକୁ କହିଥିଲେ। ଅତିଶୀଘ୍ର ଦୂରଦର୍ଶନରେ ଉଚ୍ଚ ଗୁଣବତା ବିଶିଷ୍ଟ କାର୍ଯ୍ୟକ୍ରମ ନିର୍ମାଣ ପାଇଁ କ୍ରିଏଟିଭ ପ୍ରମୁଖଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ସମ୍ପର୍କରେ ଶ୍ରୀ ଜାଭଡେକର ଘୋଷଣା କରିଥିଲେ।

ଏହି ଅବସରରେ ନିଜର ସମ୍ବୋଧନରେ ସୂଚନା ଓ ପ୍ରସାରଣ ସଚିବ ଶ୍ରୀ ଅମିତ ଖାରେ କହିଲେ ଯେ ଦୂରଦର୍ଶନ ଓ ଆକାଶବାଣୀକୁ ଦେଶର ସମସ୍ତ କୋଣଅନୁକୋଣରେ ପହଂଚାଇବାକୁ ସକ୍ଷମ କରାଇବା ଲାଗି ସମସ୍ତ ପ୍ରକାର ସହାୟତା କରିବାକୁ ସରକାର ପ୍ରସ୍ତୁତ। ପ୍ରସାର ଭାରତୀ ଅଧ୍ୟକ୍ଷ ଶ୍ରୀ ଏ. ସୂର୍ଯ୍ୟ ପ୍ରକାଶ ଏହି ଅବସରରେ ଦୂରଦର୍ଶନର ପ୍ରୟାସକୁ ପ୍ରଶଂସା କରିଥିଲେ ଓ କହିଥିଲେ ଯେ ଏଇ ନିକଟରେ ପ୍ରଭାବୀ ଓ ସାର୍ଥକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି, ଯେଉଁଗୁଡିକ କି କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାମାନଙ୍କୁ ଜନସାଧାରଣଙ୍କ ପାଖରେ ପହଁଚାଇଛି। ତିନି ବର୍ଷିଆ ଯୋଜନା ଅନ୍ତର୍ଗତ ପ୍ରତିଷ୍ଠା କରାଯାଇଥିବା ଭିଡିଓ ୱାଲ ପାଇଁ ୧୦.୭୫ କୋଟି ଟଙ୍କା ନିବେଶ କରାଯାଇଛି ଏବଂ ଏହା ଆନ୍ତର୍ଜାତିକ ପ୍ରସାରଣକାରୀଙ୍କ ଷ୍ଟୁଡିଓ ସହ ସମକକ୍ଷ। ଭିଡିଓ ୱାଲ କାର୍ଯ୍ୟକାରୀ ହେବା ପରେ ସେଟକୁ ମୂଳରୁ ନିର୍ମାଣ କରିବାରେ ଲାଗୁଥିବା ସମୟରେ ଯଥେଷ୍ଟ ହ୍ରାସ ଘଟିବ। ଏହାଫଳରେ କାର୍ଯ୍ୟକ୍ରମର ଆବଶ୍ୟକତା ଅନୁସାରେ ଷ୍ଟୁଡିଓ ସେଟରେ ଲାଇଭ/ରେକର୍ଡ କରାଯାଇଥିବା ଭିଡିଓ ଓ ଗ୍ରାଫିକ୍ସ ଆଦି ପ୍ରୟୋଗ କରାଯାଇ ପାରିବ।

ସ୍ପେକ୍ଟ୍ରମ ଯୋଗ୍ୟ ପ୍ରଯୁକ୍ତି ଉପରେ ଆଧାରିତ ଆର୍ଥଷ୍ଟେସନ ଦ୍ୱାରା ସମାନ ବ୍ୟାଣ୍ଡୱିଥରେ ଦୁଇ ଗୁଣା ଚ୍ୟାନେଲର ପ୍ରୟୋଗ ସମ୍ଭବ ହୋଇପାରିବ। ନୂତନ ଆର୍ଥ ଷ୍ଟେସନ ଏଚଡି କ୍ଷମତାସମ୍ପନ୍ନ ଏବଂ ଏହାଦ୍ୱାରା ଦୂରଦର୍ଶନର ସମସ୍ତ ଚ୍ୟାନେଲମାନଙ୍କର ଏଚଡି ପ୍ରସାରଣ କରାଯାଇ ପାରିବ। ଏହି ଅତ୍ୟାଧୁନିକ ଆର୍ଥ ଷ୍ଟେସନରୁ ଦୂରଦର୍ଶନର ନିଜସ୍ୱ ଚ୍ୟାନେଲଗୁଡ଼ିକୁ ଟେଲିପୋର୍ଟ କରିବାରେ ରିହାତି ମିଳିବ ଏବଂ ଏହାଫଳରେ ଡିଡି ବୁକେରେ ନୂତନ ଚ୍ୟାନେଲ ସାମିଲ କରାଯାଇ ପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.