Home ଓଡ଼ିଶା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ସଂହତି ସଦଭାବନା ଯାତ୍ରା

ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ସଂହତି ସଦଭାବନା ଯାତ୍ରା

137

କଟକ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ଅବସରରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି,ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ,ରାଜୀବ ଗାନ୍ଧୀ ଫାଉଣ୍ଡେସନ ଓ ଉତ୍କଳ ଖଦି ମଣ୍ଡଳ ପକ୍ଷରୁ ୧୩ ରୁ ୩୦ ଜାନୁଆରୀ ଯାଏ  ଝାରସୁଗୁଡାରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଯାଏ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ସଂହତି ସଦଭାବନା ଯାତ୍ରା ଗାନ୍ଧୀ ଭବନ ଠାରୁ ଝାରସୁଗୁଡା ଅଭିମୁଖେ ବାହାରିଛି ।ଯାତ୍ରାର ଶୁଭାରମ୍ଭ କରି ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣାରାଣୀ ବୋଷ କହିଲେ ଯେ ଗାନ୍ଧୀ ଗୋପବନ୍ଧୁଙ୍କ ଦେଶକୁ ସାଭରକର-ଗଡ଼ସେର ଦେଶରେ ପରିଣତ କରିବା ପାଇଁ ଯେଉଁ ଷଡଯନ୍ତ୍ର ଚାଲିଛି ତାହା କଦାପି ସଫଳ ହେବାକୁ ଦିଆଯିବ ନାହିଁ । ଗାନ୍ଧୀ-ଗୋପବନ୍ଧୁ ହେଉଛନ୍ତି ଶାନ୍ତି ସଂହତି ସଦଭାବନାର ପ୍ରତୀକ ।ସେମାନଙ୍କର ବାର୍ତା ପ୍ରଚାର ମାଧ୍ୟମରେ ଆମ ରାଜ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ହେଉଛି ଏହି ଯାତ୍ରାର ଉଦ୍ଦେଶ୍ୟ ।ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସ,କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡ଼ଃ ବିଶ୍ୱଜିତ,ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ର ସମିତି ସଦସ୍ୟ ରଣଜିତ ଦେହୁରୀ,ରାଷ୍ଟ୍ରୀୟ ଯୁବା ସଂଗଠନର ସଂଯୋଜକ ସୂର୍ଯ୍ୟ ନାରାୟଣ ନାଥ ଓ ମାନସ ପଟ୍ଟନାୟକ, ଅଲିଭା ଦାସ,ଅରବିନ୍ଦ ନାୟକ,ସାଗର ଦାସ,ରଣଜିତ ଦେହୁରୀ,ତ୍ରିଲୋଚନ ମଲ୍ଲ, ବିକ୍ରମ ପଣ୍ଡା,ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଏହି ଅଭିଯାତ୍ରୀ ଦଳରେ ସାମିଲ ଅଛନ୍ତି ।ଗାନ୍ଧୀ ଭବନ ପରିସରରେ ଏହି ଅଭିଯାତ୍ରୀମାନଙ୍କୁ  ଉତ୍କଳ ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ସଭାପତି ଡ଼ଃ ସତ୍ୟ ରାୟ, ଭଗବାନ ନାଥ,ସାମ୍ୟବାଦୀ ନେତା ବିଶ୍ୱାବସୁ ଦାସ,ଖଗେଶ୍ୱର ସେଠୀ, ସମତା ମଞ୍ଚର ଆବାହକ ଚିତ ରଞ୍ଜନ ମହାନ୍ତି,ସମ୍ପୂର୍ଣ୍ଣ କ୍ରାନ୍ତି ମଂଚର ସମ୍ପାଦକ ଯୁଗଳ କିଶୋର ନାୟକ,ଉତ୍କଳ ଖଦି ମଣ୍ଡଳର ସଭାପତି ବୈଷ୍ଣବ ଦାସ,ଅନିମା ରାୟ, ମିଥୁନ ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଶହୀଦ ଲକ୍ଷ୍ମଣ ନାଏକଙ୍କ ସଂଗ୍ରାମୀ ପୀଠ ମାଲକାନାଗିରିର ମାଥିଲି ଠାରୁ ଆରମ୍ଭ ହୋଇ ଯାଜପୁରର ବାଲିପଡିଆ ଠାରେ ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.