Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ବ୍ରାହ୍ମଣ ମହା ସମ୍ମିଳନୀରେ ଯୋଗଦେଲେ ରାଜନେତା ଓ ବିଦ୍ୱାନ

ରାଜ୍ୟସ୍ତରୀୟ ବ୍ରାହ୍ମଣ ମହା ସମ୍ମିଳନୀରେ ଯୋଗଦେଲେ ରାଜନେତା ଓ ବିଦ୍ୱାନ

171

ଯାଜପୁର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୌରପୁର ପଂଚାୟତର ଯୁଗଳ ଗ୍ରାମରେ  ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସଂସ୍ଥାନ ଓଡ଼଼ିଶା ପ୍ରଦେଶର ଯାଜପୁର , ଭଦ୍ରକ ତଥା କେନ୍ଦୁଝର ଜିଲ୍ଲାରୁ ଏକ ପ୍ରାଦେଶିକ ବ୍ରାହ୍ମଣ ମହାସମ୍ମିଳନୀ ସ୍ଥାନୀୟ ହନୁମାନଜୀଉ ମନ୍ଦିର ପ୍ର୍ରାଂଗଣରେ ପୁର୍ବ ପ୍ରସ୍ତାବ ଅନନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନେତା ତଥା ବିଦ୍ୱାନ ପଣ୍ଡିତ ଗଣ ଯୋଗଦେଇଥିଲେ । ପ୍ରାତ ୬ ଟାରୁ ଗୋପୂଜା , ସୂର୍ଯ୍ୟପୂଜା , ମହାବୀରଙ୍କ ଷୋଡ଼ଶ ଉପଚାର ପୂଜା ଓ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟ ଅରୁପାନନ୍ଦ କର , ସନାତନ ମିଶ୍ର ଓ ମନୋରଂଜନ ମିଶ୍ର ପ୍ରମୁଖ ଏହାର ପରିଚାଳନା କରିଥିଲେ । ପୁର୍ବାହ୍ନରେ ବିଶ୍ୱରଂଜନ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଆଧ୍ୟାତ୍ମିକ ସଭାକୁ ଅରୁପାନନ୍ଦ କର ପରିଚାଳନା କରିଥିବା ବେଳେ ରାମଚନ୍ଦ୍ର ମିଶ୍ର ଏହାର ଆବାହକ ରହିଥିଲେ । ସମାଜର ଗୁରୁ ହେଉ ଛନ୍ତି ବ୍ରାହ୍ମଣ । ଜାତି ଓ ଧର୍ମ ମଣିଷର ପରିଚୟ ନୁହେଁ , ବ୍ୟବହାର ଓ ସଂଯମତା ହିଁ ତାହାର ପ୍ରକୃତ ପରିଚୟ । ଉଚ୍ଚ କି ନୀଚ୍ଚ ଜାତିର ପାର୍ଥକ୍ୟ କିଛି ନଥାଏ ଯିଏ ଜ୍ଞାନି ଓ ପଣ୍ଡିତ ସେ ସବୁଠି ପୂଜା ପାଇବାର ଯୋଗ୍ୟ ବୋଲି ମତପ୍ରକାଶ ପାଇବା ସହ ଆଦର୍ଶ ଓ ଧର୍ମ ଶାସ୍ତ୍ର ଉପରେ ଆଲୋଚନା ହେଇଥିଲା । ଏଥିରେ ବ୍ରାହ୍ମଣ ସମାଜରେ ରହିଥିବା ଅନେକ ଦାବି ଉପସ୍ଥାପନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ପଣ୍ଡିତ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଜୀ ମହାରାଜ ପୁରୀ , ମୁଖ୍ୟ ବକ୍ତାଭାବେ ଅଶୋକ କୁମାର କର , ସମ୍ମାନୀତ ଅତିଥିଭାବେ ପୁର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର , କୋରେଇ ବିଧାୟକ ଅଶୋକ କୁମାର ବଳ , ରାଷ୍ଟ୍ରିୟ ସଚିବ ଆଚାର୍ଯ୍ୟ ଅଶୋକ ମିଶ୍ର ,ପ୍ରଦେଶ ପ୍ରଭାରୀ ରାଜେନ୍ଦ୍ର କୁମାର ଦାଶ , ସହ ପ୍ରଭାରୀ ବିଶ୍ୱ ରଂଜନ ମିଶ୍ର , କର୍ମକାଣ୍ଡବିତ୍ ବ୍ରଜକିଶୋର ମିଶ୍ର ,ପର୍ଶୁରାମ ଦାଶ , ବିଦ୍ୟାଧର ମିଶ୍ର , ସାରଂଗଧର ନନ୍ଦ , ଗୋକୁଳାନନ୍ଦ ପଣ୍ଡା , ଧନଂଜୟ ପତି ତଥା ହିମାଂଶୁ ଶେଖର ପଣ୍ଡା , ସ୍ଥାନୀୟ ସରପଂଚ ମମତା ସାହୁ ,ସମିତିସଭ୍ୟା ମାଣିକ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବ୍ରଜ କିଶୋର ମିଶ୍ର ମଂଚ ବିସର୍ଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.