Home ଜିଲ୍ଲା ପରିକ୍ରମା ବଜ୍ରାଘାତରେ ଯୁବକ ମୃତ

ବଜ୍ରାଘାତରେ ଯୁବକ ମୃତ

38

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ନିକଟସ୍ଥ ବଜରାପୁର ଗ୍ରାମର ବାସୁଦେବ ନାୟକ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଖବର ଅନୁଯାୟୀ ବାସୁଦେବ ନିଜ ଚିଙ୍ଗୁଡିପୋଖରୀରେ କାର୍ଯ୍ୟ କରୁଥିବା ସମୟରେ ଏହି ବଜ୍ରାଘାତ ହୋଇଥିଲା । ସ୍ଥାନୀୟ ଲୋକେ ବାସୁଦେବକୁ ତିହିଡି ମେଡିକାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ଏ ନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବାସୁଦେବଙ୍କ ମର ଶରୀର ଆସି ପହଂଚିବା ପରେ ଏକ ଶୋକାକୂଳ ପରିବେଶ ରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପର୍ଣ ହୋଇଥିଲା । ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.