Home ଜିଲ୍ଲା ପରିକ୍ରମା ଦୋଳିରୁ ପଡି ଶିଶୁ ମୃତ

ଦୋଳିରୁ ପଡି ଶିଶୁ ମୃତ

79

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମୋବାରକପୁର ଗ୍ରାମର ଚକ୍ରଧର ବେହେରାଙ୍କ ୧୩ ବର୍ଷିୟ ପୁତ୍ର କାହ୍ନା ଆଜି ଦିବା ୧.୪୫ ସମୟରେ ଦାଣ୍ଡରେ ଦୋଳିରୁ ପଡି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଘରେ ସାବିତ୍ରୀ ବ୍ରତ ପାଳନରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ କାହ୍ନା ଦାଣ୍ଡରେ ଦୋଳି ଖେଳୁଥିଲା । କିଛି ସମୟ ପରେ କାହ୍ନା ତଳେ ପଡିଥିବା ଘରଲୋକେ ଦେଖିଥିଲେ । କାହ୍ନାକୁ ଭଣ୍ଡାରିପୋଖରୀ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.