Home ଜିଲ୍ଲା ପରିକ୍ରମା ଦୈନିକ ଓଡ଼ିଆ ସମ୍ବାଦପତ୍ର ‘କ୍ରାନ୍ତିଧାରା’ର ୨୪ତମ ସ୍ୱନକ୍ଷତ୍ର ଦିବସ ପାଳିତ, କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର...

ଦୈନିକ ଓଡ଼ିଆ ସମ୍ବାଦପତ୍ର ‘କ୍ରାନ୍ତିଧାରା’ର ୨୪ତମ ସ୍ୱନକ୍ଷତ୍ର ଦିବସ ପାଳିତ, କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପ୍ରକାଶନ ପାଇଁ ସରକାରଙ୍କ ପ୍ରୋତ୍ସାହନ ଜରୁରୀ

17

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘କ୍ରାନ୍ତିଧାରା’ର ୨୪ତମ ସ୍ୱନକ୍ଷତ୍ର ଦିବସ ଭଦ୍ରକ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭଦ୍ରକର ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । କ୍ରାନ୍ତିଧାରାର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱନକ୍ଷତ୍ର ଦିବସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ପ୍ରତିନିଧି ରବି ନାରାୟଣ ଖିଲାର । ରାଜ୍ୟରେ ଓଡ଼ିଆ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପ୍ରକାଶନ ପାଇଁ ସରକାରଙ୍କ ପ୍ରୋସ୍‌ôାହନ ର ଜରୁରୀ ଆବଶ୍ୟକତା ରହିଥିବାବେଳେ ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯତ୍ନବାନ ହେବାକୁ ସମ୍ପାଦକ ଶ୍ରୀ ସାମଲ କହିଥିବାବେଳେ ମୁଖ୍ୟଅତିଥିଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଳିକ ଯୋଗଦେଇ ଏହାକୁ ସମର୍ଥନ କରିଥିଲେ । ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ସଂସଦ ଅଧିବେଶନରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ତାଙ୍କ ବକ୍ତବ୍ୟରେ କହିଥିଲେ । ଭଦ୍ରକ ବିଧାୟକ ଶ୍ରୀ ମଲ୍ଳିକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ପୂର୍ବତଟ ରେଳପଥ ଭୁବନେଶ୍ୱରର ପ୍ରାକ୍ତନ ଜନସମ୍ପର୍କ ଅଧିକାରୀ ନିରାକାର ଦାସ ମୁଖ୍ୟ ବକ୍ତା, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବରେଣ୍ୟ ଅତିଥି ଓ ଇଂ. ଅଭୟ ସୁତାର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ନିହାର ରଂଜନ କର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅଧ୍ୟାପିକା ମମତା ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଓଡ଼ିଶା ତେଜସ୍ୱିନୀ ମହିଳା ସଂଗଠନ ଅଧ୍ୟକ୍ଷା କଳ୍ପନା ଜେନା, ବାଣୀକବି ଦୟାନିଧି ମିଶ୍ର, କବୟିତ୍ରୀ ଚୈତାଳି ଖିଲାର ପ୍ରମୁଖ ଅତିଥିଭାବେ ମଞ୍ଚାସିନ ଥିଲେ । କବି ଅବନି କୁମାର ପ୍ରଧାନ, ବସନ୍ତ ପାତ୍ର, ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରଭାତ ନଳିନୀ ମହାନ୍ତି, କିରଣ ଗୁଇଁ, ରମେଶ ଚନ୍ଦ୍ର ଦାସ, ବାବୁଲାଲ ଦାସ,କବୟତ୍ରୀ ଜାନକି ପାଢୀ, ମନୋରମା ରାୟ,ପ୍ରଭାତ ନଳୀନି, ଅଞ୍ଜନା ମିଶ୍ର, ସୁଜାତା ସାହୁ, ନିଳିମା ପଣ୍ଡା.ପ୍ରିତିଲତା ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

ନାଟ୍ୟଗୁରୁ ଏଲି ପଣ୍ଡା ଓ ବାପୁନୁଙ୍କ ସଂଯୋଜନାରେ କୁନି କୁନି ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜ୍ଜନ କରିଥିବା କବି ଓ ସାହିତ୍ୟିକ ନିରାକାର ଦାସ, ବ୍ରଜକିଶୋର ଦାସ, ସମାଜସେବୀ ଶୈଳଜା ଲେଙ୍କା, ମାନସ କୁମାର ପରିଡ଼ା, ପ୍ରମୋଦ କର, ରତ୍ନାକର ପରିଡ଼ା, ସନ୍ତୋଷ ରାୟ, ସଂଗଠକ ନିର୍ମଳ ଚନ୍ଦ୍ର ସାହୁ, ଧୃତିରଂଜନ ମାର୍ଥା, ସାମ୍ବାଦିକ ଅପୂର୍ବ ରଂଜନ ବେହେରା, ସୌଜନ୍ୟ ପାଣିଗ୍ରାହୀ ଓ ଗୌରାଙ୍ଗ ଦାଶ ଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରତିନିଧି ତାରାଶ୍ରୀ ରବିତନୟ ,ସନ୍ତୋଷ ଦାସ,ସାଧନ କୁମାର ଧର,ନବଘନ ଦାସ,ସୌଜନ୍ୟ ପାଣିଗ୍ରାହୀ ,ଗୌରାଙ୍ଗ ଦାଶ ,ଲିପିକା ରାଉତ ପରିଚାଳନା କରିଥିବାବେଳେ ଶେଷରେ ଧାମନଗର ବ୍ଲକ ପ୍ରତିନିଧି ସୁଧାକର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଓ ଜିଲ୍ଳା ବାହାରୁ ବହୁ ସାମ୍ବାଦିକଙ୍କ ସମେତ ସାହିତ୍ୟିକ, କବି, କବୟିତ୍ରୀ, ସଂଗଠକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ ।ଭଦ୍ରକବାସୀ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ରାଜ୍ୟ ପ୍ରତିନିଧି ଶ୍ରୀ ଖିଲାର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.