Home ଜିଲ୍ଲା ପରିକ୍ରମା ସରସଦା ସମିତିରେ ଧାନକିଣା ଆରମ୍ଭ

ସରସଦା ସମିତିରେ ଧାନକିଣା ଆରମ୍ଭ

25

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ସରସଦା ପ୍ରାଥମିକ ସେବା ସମବାୟ ସମିତିରେ ଆଜି ଧାନକିଣା ପୁନଃ ଆରମ୍ଭ ହୋଇଛି । ଜିଲ୍ଲା ସମବାୟ ସହ ନିବନ୍ଧକ ସନ୍ତୋଷ ଦାସ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ସମିତି ପ୍ରଶାସକ ଅଭିଳାଶ ରଣା ଆଜି ସମିତି କାର୍ଯ୍ୟାଳୟରେ ଉପସ୍ଥିତ ରହି ଧାନକିଣା ଆରମ୍ଭ କରିଥିଲେ । ତେସିଙ୍ଗା ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ କ୍ରୟ ଅଧିକାରୀ ଦାଇତ୍ୱରୁ ଓହରିଯିବା ପରେ ସମିତିର ଭାରପ୍ରାପ୍ତ ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସଙ୍କୁ କ୍ରୟ ଅଧିକାରୀ ଦାଇତ୍ୱ ଅର୍ପଣ କରାଯାଇଥିଲା । ସମିତିର କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସମିତିର ଧାନକିଣା କମିଟି ଓ ଶାନ୍ତି କମିଟି ଶୃଙ୍ଖଳା ରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିବା ଓ ପ୍ରଶାସନ ସର୍ତ୍ତମୂଳକ ଭାବେ ଏହାକୁ ଗ୍ରହଣ କରିଥିବା ଜଣାଯାଇଛି । ଫଳରେ ଧାନକିଣା ଆରମ୍ଭ କରାଯାଇଥିଲା । ଗୁରୁବାର ଜଣ ଚାଷୀଙ୍କ ଠାରୁ ମୋର୍ଟ କ୍ୟୁଇଣ୍ଟାଲ ଧାନ କିଣାଯାଇଛି । ସମିତି ବନ୍ଦ ରହିଥିବା ସମୟରେ ଧାନବିକ୍ରୀ କରିପାରିନଥିବା ଚାଷୀଙ୍କ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ସମିତିରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଗତ ୨୦୧୯-୨୦ ବର୍ଷରେ ସମିତିକୁ ୧୨୯୩.୯୫ କ୍ୟୁଇଣ୍ଟାଲ ଧାନବିକ୍ରୟ କରି ଅର୍ଥ ଏଯାବତ ପାଇନଥିବା ୧୨ଜଣ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏଥିନେଇ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିବା ଜଣାଯାଇଛି । ତୃଟିପୂର୍ଣ୍ଣ ଜମିପଞ୍ଜିକରଣ ଯୋଗୁଁ ଅସୁବିଧାରେ ପଡିଥିବା ୩୧୪ ଜଣ ଚାଷୀଙ୍କ ସମସ୍ୟା ସମିତିର ମୁଣ୍ଡବିନ୍ଧା ବଢାଇଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.