Home ଓଡ଼ିଶା ଦେଢ଼ବର୍ଷ ପରେ ସ୍କୁଲ ଆସିଲେ ଅଷ୍ଟମ ପିଲା, ଶିକ୍ଷାଧିକାରୀଙ୍କ ଦ୍ୱାରା ବିଦ୍ୟାଳୟ ତଦାରଖ

ଦେଢ଼ବର୍ଷ ପରେ ସ୍କୁଲ ଆସିଲେ ଅଷ୍ଟମ ପିଲା, ଶିକ୍ଷାଧିକାରୀଙ୍କ ଦ୍ୱାରା ବିଦ୍ୟାଳୟ ତଦାରଖ

17

ନୟାଗଡ଼ ୨୫ -୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଦୀର୍ଘ ଦେଢ଼ ବର୍ଷ ପରେ ବିଦ୍ୟାଳୟକୁ ଆସିଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ। କରୋନା କଟକଣା ଯୋଗୁଁ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଗତ ତିନି ମାସତଳୁ ନବମ ଏବଂ ଦଶମ ଶ୍ରେଣୀ ଖୋଲି ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିଛି। ପରବର୍ତ୍ତି ସମୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜିଠାରୁ ଅଷ୍ଟମ ଶ୍ରେଣୀ ଖୋଲିଛି। ଦୀର୍ଘ ଦେଢ଼ବର୍ଷରୁ ଅଧିକ ଦିନଧରି ଘରେ ବସି ରହିଥିବା ଅଷ୍ଟମ ଶ୍ରେଣୀ ପିଲାମାନେ ପ୍ରବଳ ଉତ୍ସାହର ସହିତ ଆଜି ବିଦ୍ୟାଳୟ ଆସିଥିଲେ। ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏହି କ୍ଲାସର ପିଲାମାନଙ୍କ ପାଠ ପଢ଼ା କାର୍ଯ୍ୟ ଚାଲିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ କୋଭିଡ ପାଇଁ ରାଜ୍ୟ ସରକାରଙ୍କ ଏସଓପ ଅନୁଯାୟୀ ପିଲାମାନଙ୍କ ଥର୍ମାଲ ସ୍କାନିଂ, ହାତ ସାଟିଟାଇଜ, ମାସ୍କ ପାରିଧାନ ତଥା ପରସ୍ପର ମଧ୍ୟରେ ସାମାଜିକ ଦୂରତା ଉପରେ ଗୁରତ୍ୱ ଦିଆଯାଉଥିବା ବେଳେ ଏହା ଉପରେ ତଦାରଖ ପାଇଁ ଶିକ୍ଷା ବିଭାଗର ଅଥିକାରୀ ମାନଙ୍କ ଦ୍ୱାରା ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ବ୍ଲକ ଅଧିନ ସମସ୍ତ ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲ ଗୁଡ଼ିକର ଯାଞ୍ଚ କାର୍ଯ୍ୟ ବ୍ଲକ ଶିକ୍ଷାଧିକାରୀ ନୀଳାମ୍ବର ତ୍ରିପାଠୀଙ୍କ ଦ୍ୱାରା କଡ଼ାକଡ଼ି ଭାବେ କରାଯାଇଛି। ଶ୍ରୀ ତ୍ରିପାଠୀ ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ବ୍ରଜେନ୍ଦ୍ର ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ଏନଏସି ଉଚ୍ଚ ବିଦ୍ୟାଳୟ ସମେତ ସିନ୍ଦୁରିଆ, ଜୟପୁର, ନବଘନପୁର, ବରପଲ୍ଲୀ, ବାଲୁଗାଁ ଆଦି ଠାରେ ଥିବା ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଯାଞ୍ଚ କରିବା ସହ ବିଦ୍ୟାଳୟ ଗୁଡ଼ିକର ସ୍ୱାସ୍ଥ୍ୟକର ପରିବେଶ, ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ମାସ୍କ ପରିଧାନ ତଥା ଶ୍ରେଣୀ ଗୃହମାନଙ୍କରେ କୋଭିଡ ନିୟମାନୁଯାୟୀ ସାମାଜିକ ଦୂରତା ପାଳନ ଆଦି ସମ୍ପର୍କରେ ସବିଶେଷ ତଦାରଖ କରିଥିଲେ। ସୂଚନା ଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାରେ ମୋଟ ୪୯୫ଟି ଉଚ୍ଚ ପ୍ରାଥମିକ ଏବଂ ୨୪୫ଟି ହାଇସ୍କୁଲ ରହିଥିବା ବେଳେ ଏସବୁ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ପିଲାମାନେ ଆଜିଠାରୁ ବିଦ୍ୟାଳୟ ଆସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.