Home ଓଡ଼ିଶା ଦେଶ ପ୍ରତି ଥିବା ଅବଦାନ ବାଜପେୟୀଙ୍କୁ ଚିରସ୍ମରଣୀୟ ରଖିବ – ଧର୍ମେନ୍ଦ୍ର ପ୍ରଧାନ

ଦେଶ ପ୍ରତି ଥିବା ଅବଦାନ ବାଜପେୟୀଙ୍କୁ ଚିରସ୍ମରଣୀୟ ରଖିବ – ଧର୍ମେନ୍ଦ୍ର ପ୍ରଧାନ

54

ଅଟଳବିହାରୀ ବାଜପେୟୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

– ଓଡିଶା ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ
– ସ୍ୱର୍ଗତ ବାଜପେୟୀଙ୍କ ସାରା ଜୀବନ ରାଷ୍ଟ୍ରର ମଙ୍ଗଳ ପାଇଁ ସମର୍ପିତ ଥିଲା

ନୂଆଦିଲ୍ଲୀ/ଭୁବେନଶ୍ୱର, ଅଗଷ୍ଟ ୧୬ (ଓଡ଼ିଆ ପୁଅ) – ରାଷ୍ଟ୍ରବାଦୀ, ଦୂରଦୃଷ୍ଟିସମ୍ପନ୍ନ ତଥା ଭାରତର ଜଣେ ସବୁଠାରୁ ଲୋକପ୍ରିୟ ରାଜନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶ ପ୍ରତି ଥିବା ତାଙ୍କର ଅବଦାନ ଯୋଗୁଁ ସେ ଚିରସ୍ମରଣୀୟ ହୋଇରହିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡିଶା ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ତନ୍ମଧ୍ୟରୁ ଭୁବନେଶ୍ୱର ଏମ୍ସ ବାଜପେୟୀଙ୍କ ଅବଦାନ ଥିଲା। ସ୍ୱାଧୀନତା ପରେ ରାଜ୍ୟରେ ମାତ୍ର ୧୬୦୦ କିଲୋମିଟର ଜାତୀୟ ରାଜପଥ ହୋଇଥିବା ବେଳେ ତାଙ୍କ ସମୟରେ ଆଉ ୧୬୦୦ କିଲୋମିଟର ଜାତୀୟ ରାଜପଥ ଓଡିଶାରେ ହୋଇଥିଲା। ସେହିପରି ୧୯୯୯ ମହାବାତ୍ୟାରେ ଓଡିଶା ପରେ ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ବାଜପେୟୀ ବଜ୍ର ଘୋଷଣା କରିଥିଲେ।

ଆଦର୍ଶ, ନୀତି ଏବଂ ବ୍ୟବହାରର ଶିଖରରେ ରହିଥିବା ସ୍ୱର୍ଗତ ବାଜପେୟୀଙ୍କ ସାରା ଜୀବନ ରାଷ୍ଟ୍ରର ମଙ୍ଗଳ ପାଇଁ ସମର୍ପିତ ରହିଥିଲା। ତାଙ୍କର ଅଟଳ ବ୍ୟକ୍ତିତ୍ୱ ଏବଂ ବିଚାର ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.