Home ଓଡ଼ିଶା ‘ପୂର୍ବୋଦୟ ମିଶନ’ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର...

‘ପୂର୍ବୋଦୟ ମିଶନ’ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର କରୁଛି ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ – ଧର୍ମେନ୍ଦ୍ର ପ୍ରଧାନ

37

– ତିନି ବର୍ଷ ପୂର୍ବେ ଲାଲକିଲ୍ଲା ଠାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ‘ମିଶନ ପୂର୍ବୋଦୟ’
– ଗତ ୫ ବର୍ଷରେ ରାଜ୍ୟରେ ପେଟ୍ରୋଲିୟମ କ୍ଷେତ୍ରରେ ୪୧ ହଜାର କୋଟିର ପୁଞ୍ଜିନିବେଶ
– ‘ମିଶନ ପୂର୍ବୋଦୟ’ରେ ଇସ୍ପାତ କ୍ଷେତ୍ରର ପେଙଋସ୍ଥଳୀ ହେବ ଓଡିଶା
– ଓଡ଼ିଶାର ବିକାଶକୁ ଆଗେଇ ନେବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ ପୂର୍ବୋଦୟ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୬ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର କରୁଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ପୂର୍ବ ଭାରତରେ ଅପାର ସମ୍ଭାବନା ରହିଛି। ପୂର୍ବ ଭାରତ ଏବଂ ଉତ୍ତର ପୂର୍ବ ଅଞ୍ଚଳର ଅଭିବୃଦ୍ଧି ଏବଂ ବିକାଶ ନହେଲେ ସମଗ୍ର ଭାରତର ସନ୍ତୁଳିତ ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ତିନି ବର୍ଷ ପୂର୍ବେ ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲା ଠାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମିଶନ ପୂର୍ବୋଦୟ’ ନିରନ୍ତର ନୀତି ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା ମାଧ୍ୟମରେ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳକୁ ଜାତୀୟ ଅର୍ଥନୀତି ଅଭିବୃଦ୍ଧିର ପ୍ରମୁଖ ନେତୃତ୍ୱ ଭାବେ ଉଭା ହେବାକୁ ପ୍ରସ୍ତୁତ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଓ ପୂର୍ବ ଭାରତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ବିଗତ ୫ ବର୍ଷରେ ସିଜିଡ଼ି ନେଟୱାର୍କର ସଂପ୍ରସାରଣ, ଗ୍ୟାସ୍ ପାଇପଲାଇନ, ପେଟ୍ରୋକେମିକାଲ, ବିଶୋଧନାଗାର ତଥା ପେଟ୍ରୋଲିୟମ କ୍ଷେତ୍ରରେ ୪୧ ହଜାର କୋଟିର ପୁଞ୍ଜିନିବେଶ ଏହାର ପ୍ରମାଣ। ସେହିପରି ଘରୋଇ ଇସ୍ପାତ୍ କ୍ଷେତ୍ରର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ‘ମିଶନ ପୂର୍ବୋଦୟ’ରେ ଓଡ଼ିଶାକୁ ଇସ୍ପାତ କ୍ଷେତ୍ରର ପେଙଋସ୍ଥଳୀ କରିବା ପାଇଁ ପ୍ରସ୍ତାବ ରହିଛି। ଏହା ଦ୍ୱାରା ଦେଶରେ ୩୦୦ ଏମଟି ଇସ୍ପାତ୍ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡିଶାରୁ ୧୦୦ ଏମଟି ଇସ୍ପାତ୍ ଉତ୍ପାଦନ ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.