Home ଓଡ଼ିଶା ଦେଶ ଓ ରାଜ୍ୟବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭୂତପୂର୍ବ ସମର୍ଥନ

ଦେଶ ଓ ରାଜ୍ୟବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭୂତପୂର୍ବ ସମର୍ଥନ

406

ଭୁବନେଶ୍ୱର୨୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ଦେଶ ଓ ରାଜ୍ୟବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭୂତପୂର୍ବ ସମର୍ଥନ ମିଳୁଥିବାର ଦେଖିବାକୁ ମିଳୁଛି। ଜନତା କର୍ଫ୍ୟୁ ଡାକରାକୁ ସମର୍ଥନ ଜଣାଇଛି କଟକ ଘରୋଇ ବସ ମାଲିକ ସଂଘ। ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଅଜୟ କୁମାର ବାରିକ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି କଟକରୁ ଘରୋଇ ବସ୍ ସେବା ସଂପୂର୍ଣ୍ଣ ବନ୍ଦ ରହିବ। କିନ୍ତୁ ପରବର୍ତ୍ତୀ ଦିନ ଗୁଡିକରେ ଯଦିଓ ଘରୋଇ ବସ୍ ଚଳାଚଳ ପାଇଁ ପ୍ରସ୍ତୁତ ରହିବ, କିନ୍ତୁ ଯାତ୍ରୀ ସଂଖ୍ୟାକୁ ଦେଖି ବସ୍ ଚଳାଚଳ କରିବ। ଯେଉଁ ରୁଟ୍ ପାଇଁ ଆବଶ୍ୟକ ଯାତ୍ରୀ ହେବେ, ସେହି ରୁଟରେ ବସ୍ ଗଡିବ। କିନ୍ତୁ ଯାତ୍ରୀ ନ‌ ‌ହେଲେ ବସ୍ ଚଳାଚଳ କରିବ ନାହିଁ ବୋଲି ଶ୍ରୀ ବାରିକ ସ୍ପଷ୍ଟ କରିଛନ୍ତି।

କରୋନା ଆତଙ୍କ ଯାଜପୁର ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡ଼ିଛି। ବିଦେଶ ଓ ଅନ୍ୟ ରାଜ୍ୟରୁ ଶତାଧିକ ଲୋକ ଏବେ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଗାଁରୁ ସହର ସବୁଠି ଆତଙ୍କ ଖେଳିଯାଇଛି। ବିଶେଷ କରି ଇସ୍ପାତ ରାଜଧାନୀ କଳିଙ୍ଗନଗର ମୁଖଶାଳା ଯାଜପୁରରୋଡ଼ ରେ ଦେଶବିଦେଶର ଲୋକ ଅବସ୍ଥାନ କରୁଥିବା ବେଳେ ସରକାର ଆସନ୍ତା ୨୨ ରୁ ୨୯ତାରିଖ ପର‌୍ୟ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଯାଜପୁରରୋଡ଼ ସହିତ ଯାଜପୁରଟାଉନକୁ ମଧ୍ୟ ୭ଦିନ ପାଇଁ ଲକ ଡାଉନ୍ ଘୋଷଣା କରାଯାଇଛି। ଜନତା କର୍ଫ୍ୟୁ ଲାଗି ସବୁ ବନ୍ଦ ରହିଛି । ବସ୍ ଷ୍ଟାଣ୍ଡ , ରାସ୍ତା ଘାଟ ସବୁ ଖାଁ ଖାଁ । ଦୋକାନ ବଜାର ବନ୍ଦ। ସବୁ ଲୋକ ଘରେ । ତେବେ ଜରୁରୀକାଳୀନ ଅଫିସ୍ ଖୋଲା ରହିଛି।ସେହିପରି ଜଗତସିଂହପୁରରେ ଜନତା କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯାଉଛି। ସମସ୍ତ ଦୋକାନ ବଜାର ବନ୍ଦକରାଯାଇଛି। ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏମିତିକି ଏ ଟି ଏମ୍, ଓମଫେଡ୍ ପାର୍ଲର ବନ୍ଦ ରହିଛି। ଲୋକମାନେ ସ୍ୱତଃ ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି।
ଜନଗହଳିପୂର୍ଣ୍ନ କୋରାପୁଟ ଜିଲ୍ଲାର ଜୟପୁର ସହରର ସବୁ ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି।ସହରର ମେନ୍ ରୋଡ୍ ,ବସ୍ ଷ୍ଟାଣ୍ଡ , ଜାତୀୟ ରାଜପଥ-୨୬ର ଟ୍ରାଫିକ ଛକ ଓ ମହାତ୍ମାଗାନ୍ଧୀ ରୋଡ୍ ସବୁଠି ଶୁନଶାନ୍ ସ୍ଥିତି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.