Home ଜିଲ୍ଲା ପରିକ୍ରମା ପଡୋଶୀ ଆକ୍ରମଣରେ ବୃଦ୍ଧ ଆହତ

ପଡୋଶୀ ଆକ୍ରମଣରେ ବୃଦ୍ଧ ଆହତ

31

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବଡବନସ୍ତା ଗ୍ରାମର ଧରଣୀଧର ସାହୁ(୬୪) ପଡୋଶୀ ଆକ୍ରମଣରେ ଆହତ ହୋଇଥିବା ଜଣାଯାଇଛି। ବୈତରଣୀ ନଦୀବନ୍ଧ ପାଶ୍ୱର୍ରେ ଥିବା ବାସଗୃହକୁ ନଦୀବନ୍ଧ ସଂଯୋଗକାରୀ ରାସ୍ତା ଧରଣୀ ନିଜ ଉଦ୍ୟମରେ ନିର୍ମାଣ କରିଥିଲେ। ପଡୋଶୀ ଲମ୍ବୋଦର ପାଣିଗ୍ରାହୀ ଗତ ୧୬ ତାରିଖରେ ଏହି ରାସ୍ତା ଉପରେ ମାଟିପକାଇ ଅବରୋଧ ପାଇଁ ଉଦ୍ୟମ କରିଥିଲେ। ଏହାକୁ ଧରଣୀଧର ପ୍ରତିବାଦ କରିଥିଲେ। ପୁନଶ୍ଚ ମଙ୍ଗଳବାର ଲମ୍ବୋଦର ଓ ପରିବାର ଲୋକେ ଟ୍ରାକ୍ଟରରେ ମାଟି ଆଣି ଧରଣୀଙ୍କ ରାସ୍ତା ଉପରେ ପକାଇବାରୁ ପ୍ରତିବାଦ ହୋଇଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଲମ୍ବୋଦର ଧରଣୀଙ୍କ ଉପରକୁ ଏକ ମାଯିଶୁଳା ଫୋପାଡିବାରୁ ଧରଣୀଙ୍କ ନାକ ଫାଟି ରକ୍ତସ୍ରାବ ହୋଇଥିଲା ବୋଲି ଧରଣୀ ଥାନାରେ ଅଭିଯୋଗ କରିଛନ୍ତି। ଏଥିନେଇ ଥାନାରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.