Home ଓଡ଼ିଶା ଦେଶୀ ଚୋରା ମଦ ବିକ୍ରି କରି ଶାଶୁ ଓ ଇଂଜିନିୟର ବୋହୁ ଗିରଫ

ଦେଶୀ ଚୋରା ମଦ ବିକ୍ରି କରି ଶାଶୁ ଓ ଇଂଜିନିୟର ବୋହୁ ଗିରଫ

35

ଭଦ୍ରକ ୧୫-୧ (ଓଡିଆ ପୁଅ/ସ୍ନିଗ୍ଧା ରାୟ)ଘରେ ବେଆଇନ ଭାବେ ଦେଶୀ ମଦ ରନ୍ଧା ହୋଇ ବିକ୍ରି କରାଯାଉଥିବା ବେଳେ ଶାଶୁ ବୋହୁ ଙ୍କୁ ଧରିଛି ପୋଲିସ।ଏଥିରେ ସମ୍ପୃକ୍ତ ବୋହୁ ଜଣକ ସିଭିଲ ଇଞ୍ଜିନିୟର ପାସ କରିଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଏହି ଶିକ୍ଷିତ ମଦ ଗୋଷ୍ଠି କୁ ଧରିଛି। ଭଦ୍ରକ ଜିଲ୍ଲା ଘୁଷୁରୀପୋଖରୀ ଗାଁ ରେ ପୋଲିସ ଚଢ଼ାଉ କରିଛି। ଚଢ଼ାଉ ବେଳେ ଆଲାଦୀ ସିଂ ଙ୍କ ଘର ପଛ ପଟେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିଲେ। ପୋଲିସ ରାତିରେ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଦୁଇ ପୁଅ ଖସି ଯାଇଥିବା ବେଳେ ବୋହୂ ସରସ୍ୱତୀ ଯିଏ କି ଜଣେ ସିଭିଲ ଇଞ୍ଜିନିୟର ତାଙ୍କୁ ମଧ୍ୟ ଗିରଫ କରିଛି। ଘଟଣାସ୍ଥଳ ରୁ ଏକ ହଜାର ଲିଟର ରୁ ଅଧିକ ଦେଶୀ ମଦ ସହ ପୋଚ ଜବତ ହୋଇଛି। ମଦ ରାନ୍ଧିବା ପାଇଁ ବ୍ୟବହୃତ ଉପକରଣ ସହ ନଗଦ ୧ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଗୋଟିଏ କାର ସହ ସ୍କୁଟି କୁ ମଧ୍ୟ ଜବତ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.