Home ଓଡ଼ିଶା ଦେଶରେ ବାଘ ସଂଖ୍ୟା ୨୯୬୭

ଦେଶରେ ବାଘ ସଂଖ୍ୟା ୨୯୬୭

102

ନୂଆଦିଲ୍ଲୀ,୨୯/୭,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ବ୍ୟାଘ୍ର ଦିବସ ଅବସରରେ ବାଘ ଗଣନା ରିପୋର୍ଟ-୨୦୧୮କୁ ଉନ୍ମୋଚନ ହୋଇଛି । ବିଶ୍ବ ବ୍ୟାଘ୍ର ଦିବସ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮କୁ ଉନ୍ମୋଚନ କରିଛନ୍ତି ।

ରିପୋର୍ଟ ଅନୁସାରେ, ଦେଶରେ ବାଘ ସଂଖ୍ୟା ୨୯୬୭ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରିପୋର୍ଟ ଉନ୍ମୋଚିତ ହୋଇଛି । ୨୦୧୮ରେ ଦେଶରେ ୨୯୬୭ଟି ବାଘ ଅଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ ହୋଇଛି । ଏଥର ବାଘ ସଂଖ୍ୟା ୭୪୧ ବଢ଼ିଥିବା ବେଳେ ବାଘ  ସଂଖ୍ୟା   ୨୦୧୪ରେ  ୨୨୨୬ ଥିଲା । ବାଘଙ୍କ ପାଇଁ ଭାରତ ସୁରକ୍ଷିତ ସ୍ଥାନ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.