Home Coronavirus Outbreak ଦେଶରେ ପ୍ରଥମ ଥର ପାଇଁ ଦୈନିକ ସୁସ୍ଥ ସଂଖ୍ୟା ୪ ଲକ୍ଷରୁ ଅଧିକ ରହିଛି

ଦେଶରେ ପ୍ରଥମ ଥର ପାଇଁ ଦୈନିକ ସୁସ୍ଥ ସଂଖ୍ୟା ୪ ଲକ୍ଷରୁ ଅଧିକ ରହିଛି

74

ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ ନୂଆ ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୧, ୬୩, ୨୩୨ ହ୍ରାସ ହୋଇଛି

ଭାରତର ସମୁଦାୟ ଟିକାକରଣ କଭରେଜ ୧୮.୪୪ କୋଟି ଅତିକ୍ରମ କଲା

ଏପର୍ଯ୍ୟନ୍ତ ୧୮-୪୪ ବୟସ ବର୍ଗର ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି

ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ)ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଭାବେ ସମସ୍ତ ସ୍ୱାସ୍ଥ୍ୟ ସେବା ଓ ଆଗଧାଡିର କର୍ମୀଙ୍କ ନିଷ୍ଠାପର ଓ ଅବିଶ୍ରାନ୍ତ ପରିଶ୍ରମ ଫଳରେ ଭାରତର ଦୈନିକ କୋଭିଡ ସୁସ୍ଥ ସଂଖ୍ୟା ପ୍ରଥମ ଥର ପାଇଁ ୪ ଲକ୍ଷରୁ ଅଧିକ ହୋଇପାରିଛି।

ଗତ ୨୪ ଘଣ୍ଟାରେ ୪, ୨୨, ୪୩୬ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି।

ଗତ ୧୪ ଦିନରେ ହାରାହାରି ଦୈନିକ ସୁସ୍ଥ ସଂଖ୍ୟା ୩, ୫୫, ୯୪୪ରୁ ଅଧିକ ରହିଛି। ନିମ୍ନ ଗ୍ରାଫରେ ଗତ ୧୪ ଦିନର ଦୈନିକ ସୁସ୍ଥ ସଂଖ୍ୟା ପ୍ରଦର୍ଶିତ ହୋଇଛି।

ଗତ ୨୪ ଘଣ୍ଟାରେ ୨, ୬୩, ୫୩୩ ନୂଆ ମାମଲା ପଞ୍ଜିକୃତ ହୋଇଛି।

ଲଗାତର ଦ୍ୱିତୀୟ ଦିନ ପାଇଁ ଭାରତରେ ପଞ୍ଜିକୃତ ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧, ୬୩, ୨୩୨ ହ୍ରାସ ପଞ୍ଜିକୃତ ହୋଇଛି।

ନିମ୍ନ ଗ୍ରାଫରେ ମାର୍ଚ୍ଚ ୧୩, ୨୦୨୧ ଠାରୁ ଭାରତର ଦୈନିକ ନୂଆ ମାମଲା ଓ ସୁସ୍ଥ ସଂଖ୍ୟା ପ୍ରଦର୍ଶିତ ହୋଇଛି।

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨, ୧୫, ୯୬, ୫୧୨ରେ ପହଞ୍ଚିଛି। ଜାତୀୟ ଆରୋଗ୍ୟ ହାର ୮୫.୬୦ ପ୍ରତିଶତ ରହିଛି।

ଦଶଟି ରାଜ୍ୟରେ ୭୫.୭୭ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି।

ଅନ୍ୟ ପକ୍ଷରେ ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ଆଜି ୩୩, ୫୩, ୭୬୫କୁ ହ୍ରାସ ପାଇଛି। ଏହା ଦେଶର ସମୁଦାୟ ସକ୍ରିୟ ମାମଲାର ୧୩.୨୯ ପ୍ରତିଶତ।

ଭାରତର ସମୁଦାୟ ସକ୍ରିୟ ମାମଲାର ୬୯.୦୧ ପ୍ରତିଶତ ୮ଟି ରାଜ୍ୟରେ ପଞ୍ଜିକୃତ ହୋଇଛି।

ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶରେ ଆଜି ସୁଦ୍ଧା ପ୍ରାୟ ୧୮.୪୪ କୋଟି କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬, ୮୭, ୬୩୮ ସେସନରେ ସମୁଦାୟ ୧୮, ୪୪, ୫୩, ୧୪୯ ଟିକା ଡୋଜ ପ୍ରଦାନ କରାଯାଇଛି। ଏଥିରେ ୯୬, ୫୯, ୪୪୧ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬, ୫୨, ୩୮୯ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧, ୪୫, ୦୦, ୩୦୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୨, ୧୭, ୦୭୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୪ ବୟସ ବର୍ଗର ୫୯, ୩୯, ୨୯୦ ହିତାଧିକାରୀ (ପ୍ରଥମ ଡୋଜ), ୫, ୭୬, ୬୪, ୬୧୬ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୯୨, ୪୩, ୧୦୪ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି। ୬୦ରୁ ଅଧିକ ବର୍ଷ ବୟସର ୫, ୪୬, ୬୪, ୫୭୭ ପ୍ରଥମ ଡୋଜ ହିତାଧିକାରୀ ଓ ୧, ୭୯, ୧୨, ୩୫୪ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି।

ସାରା ଦେଶରେ ପ୍ରଦାନ କରାଯାଇଥିବା ସମୁଦାୟ ଟିକା ଡୋଜର ୬୬.୭୦ ପ୍ରତିଶତ ୧୦ଟି ରାଜ୍ୟରେ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ୧୮- ୪୪ ବୟସ ବର୍ଗର ୬, ୬୯, ୮୮୪ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୬ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ ୫୯, ୩୯, ୨୯୦ ଟିକା ଦିଆଯାଇଛି।

ଟିକାକରଣ ଅଭିଯାନର ୧୨୨ ଦିନ ସୁଦ୍ଧା (ମଇ ୧୭, ୨୦୨୧) ୧୫, ୧୦, ୪୧୮ ଟିକା ଡୋଜ ପ୍ରଦାନ କରାଯାଇଛି। ୧୪, ୪୪୭ ସେସନରେ ୧୨, ୬୭, ୨୦୧ ହିତାଧିକାରୀ ପ୍ରଥମ ଡୋଜ ଓ ୨, ୪୩, ୨୧୭ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି।

ଗତ ୨୪ ଘଣ୍ଟାରେ ଦଶଟି ରାଜ୍ୟରେ ୭୪.୫୪ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି।

କର୍ଣ୍ଣାଟକରେ ଦୈନିକ ସର୍ବାଧିକ ୩୮, ୬୦୩ ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ ତାମିଲନାଡୁରେ ୩୩, ୦୭୫ ନୂଆ ମାମଲା ପଞ୍ଜିକୃତ ହୋଇଛି।

ଜାତୀୟ ମୃତ୍ୟୁ ହାର ୧.୧୦ ପ୍ରତିଶତ ରହିଛି।

ଗତ ୨୪ ଘଣ୍ଟାରେ ୪, ୩୨୬ ମୃତ୍ୟୁ ପଞ୍ଜିକୃତ ହୋଇଛି।

୧୦ଟି ରାଜ୍ୟରେ ୭୫.୯୮ ପ୍ରତିଶତ ନୂଆ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୦୦ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ଦୈନିକ ୪୭୬ ମୃତ୍ୟୁ ହୋଇଛି।

ଏହାସହିତ ଅନ୍ତର୍ଜାତିକ ରିଲିଫ ସହାୟତାଗୁଡିକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୋଭିଡ ମୁକାବିଲା ପାଇଁ ତୁରନ୍ତ ଆବଣ୍ଟିତ କରାଯାଉଛି। ଏପର୍ଯ୍ୟନ୍ତ ୧୧, ୩୨୧ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୫, ୮୦୧ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୭, ୪୭୦ ଭେଣ୍ଟିଲେଟର/ ବିଆଇ ପିଏପି, ପ୍ରାୟ ୫.୫ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.