Home Top News ଦେଶରେ ଓଡ଼ିଶାକୁ ମିଳିବ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ : ରାଜ୍ୟରେ ଏକଲବ୍ୟ ମଡେଲ ସ୍କୁଲର...

ଦେଶରେ ଓଡ଼ିଶାକୁ ମିଳିବ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ : ରାଜ୍ୟରେ ଏକଲବ୍ୟ ମଡେଲ ସ୍କୁଲର କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

48

ଭୁବନେଶ୍ୱର, ୨୮/୦୬ (ଓଡ଼ିଆ ପୁଅ) : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ରାଜ୍ୟ ଅତିଥିଭବନରେ ଓଡ଼ିଶାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ବିଭାଗ, ଜଙ୍ଗଲ ବିଭାଗ, କାର୍ଯ୍ୟନିର୍ବାହୀ ଏଜେନ୍ସି, ଏଚସିଏଲ, ଇପିଆଇଏଲର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦାସର୍ବଦା ଓଡ଼ିଆ ଓ ଜନଜାତିଙ୍କ ହିତଲାଗି ବିଭିନ୍ନ ଯୋଜନା କରିଥାନ୍ତି। ୨୦୨୪ସୁଦ୍ଧା ମୋଦୀ ସରକାର ବନବାସୀ ପିଲାଙ୍କ ଲାଗି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଖୁବଶୀଘ୍ର ସଫଳ ହେବ ବୋଲି ଶ୍ରୀ ଟୁଡୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଦେଶରେ ସର୍ବାଧିକ ୮୭ ଏକଲବ୍ୟ ସ୍କୁଲ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏଥି ସହିତ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ଟି ଏକଲବ୍ୟ ସ୍କୁଲର ଭୂମି ପୂଜନ ସରିଛି ଯାହା ଦେଶରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହିସାବରେ ୧ନଂ ସ୍ଥାନରେ ଅଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ୪୫ଟି ଏକଲବ୍ୟ ସ୍କୁଲର ଭୂମିପୂଜନ କାର୍ଯ୍ୟକ୍ରମ ସରିଛି ବୋଲି ଶ୍ରୀ ଟୁଡୁ ସୂଚନା ଦେଇଛନ୍ତି।

କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର ପାହାଡିଆ ହୋଇଥିବାରୁ ମନ୍ତ୍ରୀ ଜଙ୍ଗଲ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ କଥା ହୋଇଛନ୍ତି। ରାଜ୍ୟ ସରକାର ଯଥାଶୀଘ୍ର ଏକଲବ୍ୟ ସ୍କୁଲ ପାଇଁ ଜମି ଯୋଗାଇ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଟୁଡୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.