Home ଜିଲ୍ଲା ପରିକ୍ରମା ଟୋକନ ବ୍ୟବସ୍ଥା ହିଁ ଅଭାବି ଧାନ ବିକ୍ରିର କାରଣ

ଟୋକନ ବ୍ୟବସ୍ଥା ହିଁ ଅଭାବି ଧାନ ବିକ୍ରିର କାରଣ

273

ଯାଜପୁର୭ା୧(ଓଡିଆ ପୁଅ/ବିରଞ୍ଚନାରାୟଣ ପତ୍ରୀ) ଚଳିତ ଖରିଫ ବର୍ଷରେ କୋରାଇ ବ୍ଲକରେ ଥିବା ୧୮ ଗୋଟି କୃଷି ସମବାୟ ସମିତି ମାଧ୍ୟମରେ ୮ହଜାରରୁ ଉର୍ଦ୍ଧ ଚାଷୀ ଧାନ ବିକ୍ରୟ କରିବା ପାଇଁ ଅନଲାଇନ ମାଧ୍ୟମରେ ନାମ ପଂଜିକରଣ କରିଥିଲେ । ବିଗତ ବର୍ଷ ମାନଙ୍କରେ ସମବାୟ ସମିତିର ସମ୍ପାଦକ ମାନେ ଚାଷୀଙ୍କୁ ଟୁକନ ପ୍ରଦାନ କରୁଥିବା ବେଳେ ଚଳିତ ବର୍ଷ ସରକାର ନୂତନ ନିୟମ କରି ଭୁବନେଶ୍ୱର ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ଧାନ ବିକ୍ରୟ ପାଇଁ ଟୁକନ ମୋବାଇଲରେ ମ୍ୟାସେଜ ଆସିବା ବ୍ୟବସ୍ଥା କରାଯାଇଛି । ଫଳରେ ପ୍ରଥମ ପର୍ଯ୍ୟାୟରେ ଶତକଡା ୩୦ଭାଗ ଚାଷୀଙ୍କ ନିକଟକୁ ମ୍ୟାସେଜ ଆସିଥିବା ବେଳେ ୭୦ଭାଗ ଚାଷୀ ମ୍ୟାସେଜ ପାଇନାହାନ୍ତି । ଯାହା ଦ୍ୱାରାକି ଚାଷୀ ମାନେ ସରକାରୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆଶଙ୍କା ଓ ଅନିଶ୍ଚିନ୍ତତାରେ ରହିଛନ୍ତି । ଧାନକଟା ମେସିନ ଲଗାଇ ଯେଉଁ ଚାଷୀ ଧାନ କାଟିଥିଲା ତାର ଆବଶ୍ୟକ ଅର୍ଥ ପୂରଣ ପାଇଁ ମଣ୍ଡିରେ ଧାନ ବିକ୍ରି କରିନପାରି ୧୨ଶହ ଟଙ୍କା ଦରରେ ବେପାରୀଙ୍କୁ ବିକିବାକୁ ବାଧ୍ୟ ହେଛି । ବହୁ ଚାଷୀ ମଣ୍ଡିରେ ଧାନ ଦେଇଥିବା ବେଳେ ସେମାନଙ୍କ ଆଖି ଖରାପ ଓ କେତେକ ଚାଷୀ ଚକ୍ଷୁ ଅପରେସନ ହୋଇଥିବାରୁ ସେମାନଙ୍କ ଆଧାରକାର୍ଡ ସହିତ ଚକ୍ଷୁ ମେଳ ଖାଉନଥିବାର ଧାନ ବିକ୍ରି ଅର୍ଥ ଜମାଖାତାକୁ ଆସୁପାରୁନାହିଁ । ଯାହା ଫଳରେ କୋରାଇ ବ୍ଲକରେ ଖରିଫ ଧାନ କ୍ରୟର ଲକ୍ଷ୍ୟଧାର୍ଯ୍ୟ ପୂରଣ ନେଇ ସନ୍ଦେହ ସୃଷ୍ଟି ହେଲାଣି । ଏ ସର୍ମ୍ପକରେ ଜିଲ୍ଲାପ୍ରଶାସନ, ଜିଲାପାଳ ଓ ଯୋଗଣ ବିଭାଗ ବିହିତ ପଦକ୍ଷେପ ନେବା ପାଇଁ କୃଷକ ନେତା ବଳରାମ ସାହୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.