Home ଓଡ଼ିଶା ଜିଲ୍ଲାର ଜଣେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପରେ କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀର ହୃଦଘାତରେ...

ଜିଲ୍ଲାର ଜଣେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପରେ କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀର ହୃଦଘାତରେ ମୃତ୍ୟୁ

384

କେନ୍ଦୁଝର, ୨୦ ଡିସେମ୍ବର ୧୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି। ମୃତକ କଏଦୀ ଜଣଙ୍କ ହେଲା ପଣ୍ଡାପଡା ଥାନା ଅନ୍ତର୍ଗତ ମିଶ୍ରମାଳ ଗ୍ରାମର ୫୭ ବର୍ଷିୟ ଟୁରା ମୁଣ୍ଡା। ଟୁରା ମୁଣ୍ଡା ୨୦୧୮ ମେ ମାସ ୫ ତାରିଖରେ ପୋସ୍କୋ ଆକ୍ଟରେ ଗିରଫ ହୋଇ ବିଚାରଧୀନ କଏଦୀ ଭାବରେ ଜିଲ୍ଲା କାରାଗାରରେ ରହି ଆସୁଥିଲେ।

କେନ୍ଦୁଝର ଜିଲ୍ଲା ମିଶ୍ରମାଳ ଗାଁର ଟୁରା ମୁଣ୍ଡା ୨୦୧୮ ମେ ମାସ ୫ ତାରିଖରେ ଦଫା-୩୫୪(ଏ), ୩୫୪(ବି), ଆଇପିସି ସେକ୍ସନ ୮ ଅଫ ପୋକ୍ସୋ ଆର୍ଟରେ ଗିରଫ ହୋଇ ଜେଲକୁ ଆସିଥିଲା। ତାର ମାମଲାର ବିଚାର ବର୍ତ୍ତମାନ ଜିଲ୍ଲା କୋର୍ଟରେ ଚାଲିଛି। ଜିଲ୍ଲା କାରାଗାର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଟୁରା ମୁଣ୍ଡା ଆଜି ଶୁକ୍ରବାର ସକାଳୁ ସଂପୂର୍ଣ୍ଣ ରୂପେ ସୁସ୍ଥ ଥିଲା। ସକାଳେ ଜଳଖିଆ ଖାଇଥିଲା ଏବଂ ଦିନ ୧୦ ଟା ୪୫ ମିନିଟ ସମୟରେ ଭାତ ତରକାରୀ ନେଇ ଖାଇବାକୁ ବସିଥିବା ସମୟରେ ହଠାତ୍ ସେହିଠାରେ ହିଁ ଟଳି ପଡିଥିଲା। କାରାଗାରରେ ଥିବା ଡାକ୍ତର ତୁରନ୍ତ ଟୁରାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଟୁରା ମୁଣ୍ଡାକୁ ଡାକ୍ତର ମୃତ ଘୋଷଣା କରିଥିଲେ ଅର୍ଥାତ ରିସିଭ ଡେଡ ହୋଇଥିଲା। ତାର ହାର୍ଟ ଚୋକ୍ ବା ଆଟାକ୍ ଯୋଗୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ହେଲେ ଅନେକ ବୁଦ୍ଧିଜିବୀ କିନ୍ତୁ ଏହି ମୃତ୍ୟୁକୁ ଭିନ୍ନ ଦୃଷ୍ଟି ରେ ଦେଖୁଛନ୍ତି। ଗତ ଗୁରୁବାର ଦିନ ପୋକ୍ସୋ ଆକ୍ଟରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ହୁଏତ ସମାନ ଆକ୍ଟରେ ଗିରଫ ହୋଇଥିବା ଟୁରା ମୁଣ୍ଡା ଏହା ଶୁଣିବା ପରେ ବିଚଳିତ ହୋଇ ଭୟରେ ହୃଦଘାତରେ ମୃତ ବରଣ କରିଥାଇପାରେ ବୋଲି ଅନୁମାନ କରାଯାଉଛି।

ଏଠାରେ ସୂଚନା ଯୋଗ୍ୟ ଯେ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତକୁ କେନ୍ଦୁଝର ଏଡିଜେ କମ୍ ସ୍ପେଶାଲ ଜଜ୍ ପୋକ୍ସୋ ଆକ୍ଟରେ ଗୁରୁବାର ଦିନ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୭ ଜାନୁୟାରୀ ୧୩ ତାରିଖରେ ଚମ୍ପୁଆ ଥାନା ଅଞ୍ଚଳର ଶଶାଙ୍କ ଗାଁ ର ୨୦ ବର୍ଷିୟ ସୁନୀଲ ନାଏକ ସେହି ଗ୍ରାମର ଜଣେ ସାଢେ ୩ ବର୍ଷର ଶିଶୁ କନ୍ୟାକୁ ତା’ର ଘରେ କେହି ନଥିବା ସମୟରେ ତାକୁ ଫୁସୁଲେଇ ଘରୁ ଡାକିନେଇ ଦୁଷ୍କର୍ମ ପରେ ହତ୍ୟାକରି ଗାଁ ସ୍କୁଲରେ ଫୋପାଡି ଚାଲିଯାଇଥିଲା। ସେହି ମାମଲାର ବିଚାର କରି ମାନ୍ୟବର କୋର୍ଟ ରୁରୁବାର ଦିନ ସୁନୀଲକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥଲେ।

ମୃତ୍ୟୁଦଣ୍ଡାଦେଶ ପାଇଥିବା ସୁନୀଲ ଯେହେତୁ ସେହି ଏକା ଜେଲରେ ରହୁଥିବା ବେଳେ ହୁଏତ ସେହି ସମାନ ପୋକ୍ସୋ ଆକ୍ଟରେ ବିଚାରଧୀନ କଏଦୀ ଜୀବନ କାଟୁଥିବା ଟୁରା ଏହି ମୃତ୍ୟୃ ଦଣ୍ଡାଦେଶ କଥା ଶୁଣିବା ପରେ ମାନସିକ ସ୍ତରରେ ରେ ବିଚଳିତ ହୋଇ ମାନସିକ ସ୍ତରରେ ପ୍ରଚଣ୍ଡ ଆଘାତ ପାଇଥାଇପାରେ ଏବଂ ମନେ ମନେ ନିଜର ଅପକର୍ମ ପାଇ ନିଜର ସଜ୍ଜା ବିଷୟରେ ମନେ ମନେ ହୁଏତ ବିଶ୍ଳେଷଣ କରି ଭୟଭୀତ ହୋଇଥାଇପାରେ ଏବଂ ଏହାର ପ୍ରଭାବରେ ତାର ବ୍ରେନ ଷ୍ଟ୍ରୋକ ବା ହାର୍ଟ ଆଟାକ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.