Home Top News ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି

64

ନୂଆ ଦିଲ୍ଲୀ ୧୯ -୧୧ (ଓଡ଼ିଆ ପୁଅ) ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। ଦେଶକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀମୋଦୀ କହିଛନ୍ତିଯେ,

ଆଜି ଦେବ ଦୀପାବଳିର ପବିତ୍ର ପର୍ବ ଏବଂ ଗୁରୁ ନାନକ ଦେବ ଜୀଙ୍କର ପବିତ୍ର ପ୍ରକାଶ ପର୍ବ। ଏହି ପବିତ୍ର ପର୍ବରେ ମୁଁ ବିଶ୍ୱର ସମସ୍ତ ଲୋକଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

ଜନତାଙ୍କ ସହିତ ମୋର ପାଞ୍ଚ ଦଶନ୍ଧି ମଧ୍ୟରେ, ମୁଁ କୃଷକମାନଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଆହ୍ୱାନଗୁଡ଼ିକୁ ଅତି ନିକଟରୁ ଦେଖିଛି ଏବଂ ଅନୁଭବ କରିଛି। ୨୦୧୪ ରେ ଯେତେବେଳେ ଦେଶ ମୋତେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଲା, ସେତେବେଳେ ଆମେ କୃଷି ବିକାଶକୁ ପ୍ରାଥମିକତା ଦେଇଥିଲୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ବୋଧନରେ ପ୍ରକାଶ କରିଛନ୍ତି।

ଦେଶର କ୍ଷୁଦ୍ର ଚାଷୀଙ୍କ ସମସ୍ୟାକୁ ଦୂର କରିବା ପାଇଁ ଆମେ ବୀଜ, ବୀମା, ବଜାର ଏବଂ ବଚତ (ସଞ୍ଚୟ) ଉପରେ ଚତୁପାର୍ଶ୍ୱରେ କାର୍ଯ୍ୟ କରିଥିଲୁ। ସରକାର ଉତ୍ତମ ଗୁଣବତ୍ତା ବୀଜ ପ୍ରଦାନ କରିବା ସହିତ ନିମ୍ ଆବୃତ ୟୁରିଆ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ମାଇକ୍ରୋ ଜଳସେଚନ ଭଳି ସୁବିଧା ମଧ୍ୟ ପ୍ରଦାନ କରିଛନ୍ତି।

ଆଜି ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛୁ।

ପୁରୁଣା ନିୟମକୁ ପରିବର୍ତ୍ତନ କରାଯାଇଛି ଯାହାଦ୍ୱାରା ବିପର୍ଯ୍ୟୟ ସମୟରେ କୃଷକମାନେ ସର୍ବାଧିକ କ୍ଷତିପୂରଣ ପାଇପାରିବେ। ଆମର ଚାଷୀଙ୍କୁ ଗତ ୪ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତିପୂରଣ ମିଳିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.