Home କେନ୍ଦ୍ରାପଡ଼ା ଡିଏଭି ପବ୍ଲିକ ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଡିଏଭି ପବ୍ଲିକ ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

25

କେନ୍ଦ୍ରାପଡ଼ା ୧୮ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କରୋନା କଟକଣା ଯୋଗୁଁ ଦୀର୍ଘ ୨୧ମାସ ଧରି ବନ୍ଦ ଥିବା ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅବସରରେ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଏକ ଅଭିନବ ଉପାୟରେ ସ୍ୱାଗତ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ହାତକୁ ବିଶୋଧନ କରାଯିବା ସହିତ ସେମାନଙ୍କ ଦେହର ତାପମାତ୍ରା ଯାଞ୍ଚ କରାଯାଇ ପ୍ରବେଶ ଅନୁମତି ଦିଆଯାଇଥିଲା। ଏହାପରେ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ, ଚକୋଲେଟ ଓ କଲମ ଦେଇ ବିଦ୍ୟାଳୟକୁ ସ୍ୱାଗତ କରିଥିଲେ। ପ୍ରଥମ ଦିବସରେ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟର ନିରୀକ୍ଷଣ ପାଇଁ ଶ୍ରେଣୀ ପାଠପଢା ବଦଳରେ ବିଭିନ୍ନ ପ୍ରତିଯୋଗୀତା ଯଥା ସଂଗୀତ, ଚିତ୍ରାଙ୍କନ, ନୃତ୍ୟ ଓ ବକ୍ତୃତା ଭଳି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସମସ୍ତ ପ୍ରତିଯୋଗୀତାରେ ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ବକ୍ତୃତା ଓ ନୃତ୍ୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁପ୍ରିୟା ବେହେରା, ସଂଗୀତା ଶୁଭଦର୍ଶିନୀ ମୁଦୁଲି, ସବନାମ ମଲ୍ଲିକ ଓ ରିନୁ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.