Home ଜିଲ୍ଲା ପରିକ୍ରମା ଦେବନୃତ୍ୟମର କଳାସଙ୍ଗମ ଓ ନର୍ତ୍ତକ ଉଦଘାଟିତ

ଦେବନୃତ୍ୟମର କଳାସଙ୍ଗମ ଓ ନର୍ତ୍ତକ ଉଦଘାଟିତ

254

ରାଉରକେଲା ୧୫-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଓଡ଼ିଶୀ ନୃତ୍ୟକୁ ନୂତନ ରୂପରେଖ ଦେଇଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶିଙ୍ଗାରମଣି ଦେବାଶିଷ ପଟ୍ଟନାୟକଙ୍କ ଆବାହାକତ୍ୱରେ ଆରମ୍ଭ ହୋଇଥିବା ଦେବନୃତ୍ୟମ ଅନୁଷ୍ଠାନ ପକ୍ଷରୁ ସିଭିକ ସେଂଟର ଠାରେ ଷଷ୍ଠ କଳାସଙ୍ଗମ ଓ ନର୍ତ୍ତକ କାର୍ଯ୍ୟକ୍ରମ ଆଜି ଶୂଭାରମ୍ଭ ହୋଇଛି। ଅନୁଷ୍ଠାନର ସଭାପତି ଇଂ ଅଭୟ ଦାସଙ୍କ ପୌରହିତ୍ୟରେ ସମାଜସେବୀ କାଜଲ ଦାସ, ସାମ୍ବାଦିକା ସଙ୍ଗୀତା ଜେନା, ସ୍ୱତନ୍ତ୍ର ଅତିଥି ଭାବେ ପୂନେରୁ ଆସିଥିବା ଭରତନାଟ୍ୟମ ନୃତ୍ୟ ଗୁରୁ ସୁମିତା ମହାଜନ ଅତିଥି ଭାବେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଳ।।କୁ ଆଗେଇ ନେବା ଲାଗି ନିଷ୍ଠା ଓ କଠୋର ପରିଶ୍ରମର ଆବଶ୍ୟକ ବୋଲି ଶ୍ରୀମତୀ ଦାସ ମତବ୍ୟକ୍ତ କରିଥିଲେ। ସେହିପରି ସ୍ୱ ତନ୍ତ୍ର ଅତିଥି ସୁମିତା ମହାଜନ କଳାର କୌଣସି ପ୍ରକାର ନ ଥାଏ। ବିଷ୍ଣୁଙ୍କ ଅବତାର ଭାବେ ବିଟ୍ଟଲ ଓ ରୁକ୍ମଣୀ ମାଇଙ୍କ ଉପଖ୍ୟାନ ଦେଇ ସେ ମତବ୍ୟକ୍ତ କରିଥିଲେ। ପୁନେର ଆରାଧ୍ୟ ବିଟ୍ଟଳ ବାବା ନିଜ ନିଷ୍ଠା ପାଇଁ ସ୍ୱୟଂ କୃଷ୍ଣଙ୍କ ଅତିନିକଟତର ହୋଇପାରିଥିଲେ। ବିଟ୍ଟଲବାବାଙ୍କ ଦଣ୍ଡାୟମାନ ପ୍ରତିମା ଦେବନୃତ୍ୟମ ଆବାହକ ଗୁରୁ ଦେବାଶିଷ ପଟ୍ଟନାୟକଙ୍କୁ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଶା ସମେତ ବାହାର ରାଜ୍ୟରୁ ଆସିଥିବା କଳାକାରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମେ ପୁଣେ ସାଧନା ଅନୁଷ୍ଠାନ ପକ୍ଷରୁ ଆଲାରିପୁ ଓ ଶିବ ତାଣ୍ଡବ ଭରତନାଟ୍ୟମ ଶିଳ୍ପୀ ମାନେ ପ୍ରସ୍ତୁତ କରିଥିଲେ। ସ୍ୱାଗତ ଭାଷଣ ସଭାପତି ଶ୍ରୀ ଦାସ ଦେଇଥିବା ବେଳେ ନିର୍ଦ୍ଦେଶକ ଅଭିନାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଦେବାଶିଷ କାର୍ଯ୍ୟକ୍ରମର ଅଭିମୁଖ୍ୟ ପ୍ରକାଶ କରିଥିଲେ। ମୃ୍ତୁଞ୍ଜୟ ବାସା, ଟ୍ୱିଙ୍କଲ, ମେଘନା, ସ୍ୱପ୍ନା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ରବିବାର ଦିନ ଓଡ଼ିଶୀ ନୃତ୍ୟ ଗବେଷଣା ଉପରେ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଗୁରୁ ବିଶ୍ୱଜିତ, କୋଲକାତାର ଅର୍କଦେବ ଭଟ୍ଟାଚାର୍ଯ୍ୟ (ଭରତନାଟ୍ୟମ), ବେଙ୍ଗାଲୁରୁ ଆସିଥିବା କଥକ ଶିଳ୍ପୀ ଲକ୍ଷ୍ମୀନାରାୟଣ ଜେନା, ଶିଙ୍ଗାରମଣି ଦେବାଶିଷ ପଟ୍ଟନାୟକ, ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ ଗୁରୁ ପ୍ରସନ୍ନ ସାହୁ ପ୍ରମୁଖ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିବେ। ଉକ୍ତ କାର୍ଯ୍ୟକ୍ରମକୁ ଅନୀଲ ମଲ୍ଲିକ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.