Home ଓଡ଼ିଶା ଦେବଗଡ ଜିଲ୍ଲା କରୋନା ଅପଡେଟ୍

ଦେବଗଡ ଜିଲ୍ଲା କରୋନା ଅପଡେଟ୍

638

ଦେବଗଡ, ୨୪.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରୁ ଗତକାଲି ୧୯ଟି ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି ଏବଂ ଆଜି ଆଉ ୨୦ଟି ନମୁନା ପଠାଯିବାପାଇଁ ସଂଗ୍ରହ କରାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ପଠାଯାଇଥିବା ସମସ୍ତ ୫୬ଟି ସ୍ୱାବ୍ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି। ଦେବଗଡ ଜିଲ୍ଲାରେ ୨୩ ତାରିଖ ଦିନ ନୂତନ ଭାବରେ ୪୬ଜଣ ବ୍ୟକ୍ତି ଜିଲ୍ଲାକୁ ବାହାରୁ ଆସିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୪୨ଜଣ ଅନ୍ୟ ଜିଲ୍ଲାରୁ ଓ ୪ଜଣ ବାହାର ରାଜ୍ୟରୁ ଆସିଛନ୍ତି। ଉକ୍ତଦିନ ରିଆମାଳ ବ୍ଲକକୁ ୧୨, ବାରକୋଟ ବ୍ଲକରେ ୧୦, ତିଲେଇବଣି ବ୍ଲକରେ ୭ଏବଂ ଦେବଗଡ ପୌରାଂଚଳକୁ ୧୩ଜଣ ବ୍ୟକ୍ତି ଆସିଛନ୍ତି। ଏହି ସମୟ ସୁଦ୍ଧା ଜିଲ୍ଲାକୁ ବାହାର ସ୍ଥାନରୁ ମୋଟ ୨୨୩୫ଜଣ ଫେରିଛନ୍ତି। ୨୩ ତାରିଖ ସୁଦ୍ଧା ୧୫୯୭ଜଣ ସେମାନଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ କରିଥିବାବେଳେ ବର୍ତମାନ ୫୩୮ଜଣ କ୍ୱାରେଣ୍ଟାଇନରେ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.