Home ଓଡ଼ିଶା ଦେବଗଡ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଜିସୁଦ୍ଧା ୫୭, ୯୭୭ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

ଦେବଗଡ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଜିସୁଦ୍ଧା ୫୭, ୯୭୭ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

333

ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) : ଆଜି ଜିଲ୍ଲାରେ ତିନୋଟି ବ୍ଲକର ୫୦ଟି ପଂଚାୟତରେ ୧୭୩୬ ଏବଂ ପୌରାଂଚଳରେ ୩୮୫ ଜଣ ଅସହାୟ, ନିରାଶୟ ଏବଂ ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ ଆଜି ବାରକୋଟ ବ୍ଲକର୨୧ଟି ପଂଚାୟତରେ ୭୯୮ଜଣ ବୟସ୍କ ଏବଂ ୧୧୬ଜଣ ଶିଶୁ, ରିଆମାଳ ବ୍ଲକର ୧୫ଟି ପଂଚାୟତରେ ୩୭୬ଜଣ ବୟସ୍କ ଏବଂ ୮୫ଜଣ ଶିଶୁ ଓ ତିଲେଇବଣି ବ୍ଲକର ୧୪ଟି ପଂଚାୟତରେ ୩୦୮ଜଣ ବୟସ୍କ ଓ ୫୩ଜଣ ଶିଶୁଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଆଜି ସୁଦ୍ଧା ଜିଲ୍ଲାରେ ୫୭, ୯୭୭ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.