Home ଓଡ଼ିଶା ପିଏମ କିଷାନ ଯୋଜନାରେ ଦେଶର ୮ କୋଟିରୁ ଊର୍ଦ୍ଧ୍ୱ କୃଷକ ଉପକୃତ

ପିଏମ କିଷାନ ଯୋଜନାରେ ଦେଶର ୮ କୋଟିରୁ ଊର୍ଦ୍ଧ୍ୱ କୃଷକ ଉପକୃତ

600

ରାଜ୍ୟର ୩୬.୨୮ ଲକ୍ଷ କୃଷକଙ୍କୁ ମୋଟ ୭୨୫.୬ କୋଟି ଟଙ୍କାର ସହାୟତାସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ 

ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନରୁ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକଳାପକୁ କେନ୍ଦ୍ର ସରକାର ବାଦ ଦେଇଛନ୍ତି। ଏଥିସହିତ ଦେଶର ଗରିବ କୃଷକମାନଙ୍କୁ ସୂଚାରୁ ରୂପେ କୃଷି କାର୍ଯ୍ୟ ସମ୍ପାଦନ ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ-କିଷାନ) ଜରିଆରେ କୃଷକମାନଙ୍କୁ ୨ହଜାର ଟଙ୍କାର ଗୋଟିଏ କିସ୍ତି ତୁରନ୍ତ ଯୋଗାଇ ଦିଆଯାଇଛି। ଏହା ଦେଶରେ ଲକଡାଉନ କାରଣରୁ ଜାରି ଆର୍ଥିକ ମାନ୍ଦାବସ୍ଥା ସମୟରେ ଚାଷୀ ପରିବାରକୁ ଚାଷ କାର୍ଯ୍ୟ ଆରମ୍ଭରେ ବିଶେଷ ସହାୟକ ହୋଇପାରିବ।

ଏପ୍ରିଲ ୨୨, ୨୦୨୦ ସୁଦ୍ଧା ପିଏମ-କିଷାନ ଯୋଜନାରେ ସାମିଲ ହୋଇଥିବା ଦେଶର ୮ କୋଟିରୁ ଊର୍ଦ୍ଧ୍ୱ କୃଷକ ଉପକୃତ ହୋଇଛନ୍ତି। ଏହି ଯୋଜନାରେ ବର୍ତମାନସୁଦ୍ଧା ୧୬, ୧୪୬ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଫଳରେ ଯୋଜନାରେ ସାମିଲ ପ୍ରତ୍ୟେକ କୃଷକଙ୍କୁ ୨ ହଜାର ଟଙ୍କାର ଗୋଟିଏ କିସ୍ତି ମିଳିପାରିଛି।

ଇତିମଧ୍ୟରେ ଓଡ଼ିଶାର ବହୁସଂଖ୍ୟକ କୃଷକ ମଧ୍ୟ ପିଏମ-କିଷାନ ଯୋଜନାରେ ୨ ହଜାର ଟଙ୍କାର ସହାୟତା ପାଇଛନ୍ତି। ସେମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପିଏମ କିଷାନ ଯୋଜନାରେ ରାଜ୍ୟର ମୋଟ ୩୬.୨୮ ଲକ୍ଷ କୃଷକ ଲାଭାନ୍ୱିତ ହୋଇଛନ୍ତି। ଓଡ଼ିଶାର ପ୍ରତ୍ୟେକ କୃଷକଙ୍କୁ ୨ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି। ଏଥିପାଇଁ ମୋଟ ୭୨୫.୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ପ୍ରତ୍ୟକ୍ଷ ହସ୍ତାନ୍ତର କରାଯାଇଛି।

ନବରଙ୍ଗପୁର ଜିଲ୍ଲା ତାରାଗାଁ ପଂଚାୟତର ଚାଷୀ କ୍ଷେତ୍ରପାଳ ବିଶି ଏହି ଯୋଜନାରେ ୨ହଜାର ଟଙ୍କାର ସହାୟତା ପାଇଛନ୍ତି। ତାଙ୍କର ଅଢ଼େଇ ଏକର ଜମି ରହିଛି। ଲକଡାଉନ ସମୟରେ ସେ ଆର୍ଥିକ ସହାୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏହି ଅର୍ଥ ତାଙ୍କୁ ଚାଷ କାମ ଆରମ୍ଭ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ରାଜ୍ୟର ଆଉ ଜଣେ ଚାଷୀ ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ପଂଚାୟତ ଏମଭି-୯ ଲକ୍ଷ୍ମୀକାନ୍ତ ସରକାରଙ୍କୁ ମଧ୍ୟ ପିଏମ କିଷାନ ଯୋଜନାର ଗୋଟିଏ କିସ୍ତି ବାବଦକୁ ୨ହଜାର ଟଙ୍କାର ସହାୟତା ମିଳିଛି। ଲକଡାଉନ କାରଣରୁ ତାଙ୍କୁ ପାଖାପାଖି ଗୋଟିଏ ମାସ ହେବ କିଛି କାମ ମିଳୁନଥିଲା। ଏବେ ସେ ଅର୍ଥ ପାଇଥିବାରୁ ପରିବାର ଚଳାଇବା ସହ ଚାଷ କାମ ଆରମ୍ଭ କରିବେ ବୋଲି କହିଛନ୍ତି। ଏହି ସାହାଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଦେଶରେ କୋଭିଡ-୧୯ ସଂକ୍ରମଣ କାରଣରୁ ଲକଡାଉନ ଜାରି ହେବା କାରଣରୁ ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ନିମନ୍ତେ ଗତ ମାର୍ଚ୍ଚ ୨୬, ୨୦୨୦ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ପିଏମ କିଷାନ ହିତାଧିକାରୀ କୃଷକମାନଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷ ପ୍ରଥମ କିସ୍ତି ସ୍ୱରୂପ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏପ୍ରିଲ ମାସରେ ଅଗ୍ରୀମ ଆକାରେ ଦିଆଯିବାକୁ ନିଷ୍ପତି ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.