Home Coronavirus Outbreak ଦେବଗଡର କରୋନା ଆକ୍ରାନ୍ତ ତଥ୍ୟ

ଦେବଗଡର କରୋନା ଆକ୍ରାନ୍ତ ତଥ୍ୟ

283

ଦେବଗଡ ୩୦-୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ରାଜ୍ୟରେ ଚିହ୍ନଟ ହୋଇ ଥିବା ନୂଆ ୩ କୋରନା ଆକ୍ରାନ୍ତ ମଧ୍ୟରେ ଦେବଗଡ ଜିଲ୍ଲା ଟିଲାଇବାଣୀ ବ୍ଲକ ଅନ୍ତର୍ଗତ ବାସୁଦେବ ଗ୍ରାମର ଜଣେ ୩୪ ବର୍ଷୀୟର ଯୁବକ ବୋଲି ଜଣାପଡିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆକ୍ରାନ୍ତ ଯୁବକ ଜଣକ ପଶ୍ଚିମବଙ୍ଗରେ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ କିଛିଦିନ ପୂର୍ବେ ସେ ପଶ୍ଚିମବଙ୍ଗରୁ ନିଜ ଗ୍ରାମ ବାସୁଦେବପୁରକୁ ଫେରିଥିଲେ। କିନ୍ତୁ ଗ୍ରାମର ଲୋକେ ତାଙ୍କୁ ଗ୍ରାମରେ ପ୍ରବେଶ କରେଇ ନଦେବାରୁ ସେ ଅନ୍ୟତ୍ର ଚାଲିଯାଇଥିଲେ। ଗତ ୨୬ ତାରିଖରେ ପୁନର୍ବାର ନିଜ ଗ୍ରାମକୁ ଫେରିଥିବାବେଳେ ଗ୍ରାମବାସୀ ମାନେ ଡାକ୍ତରଖାନାରେ ଆବଶ୍ୟକ ଅନୁଯାଇ ପରୀକ୍ଷା ନକଲେ ଗ୍ରାମରେ ପ୍ରବେଶ କରେଇଦେବୁ ନାହିଁ ବୋଲି କହିଥିଲେ। ତହିଁ ଆରଦିନ (୨୭ ତାରିଖ ) ସେ ବାଧ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଶୀ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ମାତ୍ର ତାଙ୍କ ଶରୀରରେ କାରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା। ଫଳରେ ସେହିଦିନ ହିଁ ତାଙ୍କର ସ୍ଵାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୁବନେଶ୍ବର ପଠାଯାଇଥିଲା। ଏଥସହା ତାଙ୍କୁ ହୋମ କ୍ଵାରେନଟାଇନରେ ରଖାଯାଇଥିଲା। ଆଜି ତାଙ୍କ ସ୍ଵାବ ପଜିଟିଭ ଥିବା ଜଣ ପଡିବାପରେ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଚିକତ୍ସା ନିମନ୍ତ ରାଉରକେଲା ସ୍ଥିତ ହାଇଟେକ ଡାକ୍ତରଖାନାକୁ ପଥ ଯାଇଥିବା ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ଶ୍ରୀଯୁକ୍ତ ମନୋଜ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି। ଏନେଇ ବାସୁଦେବ ଗ୍ରାମକୁ ସିଲ କରାଯିବାସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ନେଇ ସଚେତନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.