Home Coronavirus Outbreak ୧୧୯ ରୁ ୧୨୨ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପଢ଼ନ୍ତୁ

୧୧୯ ରୁ ୧୨୨ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପଢ଼ନ୍ତୁ

324

ଭୁବନେଶ୍ୱର ୩୦-୪ (ଓଡ଼ିଆ ପୁଅ) : ଆଜି ରାଜ୍ୟ ସରକାର ୧୧୯ ରୁ ୧୨୨, ୪ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି। ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପଢ଼ନ୍ତୁ

୧୧୯ ନମ୍ବର ଆକ୍ରାନ୍ତ –
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବୁଢିଜାମର ୧୮ବର୍ଷୀୟା ଯୁବତୀ। କୋଲକାତା ଫେରନ୍ତା। ଏପ୍ରିଲ ୨୨ତାରିଖରେ କୋଲକାତା ବଡ଼ବଜାରରୁ ଭଡ଼ା ଗାଡ଼ିରେ ଅନ୍ୟ ସାଥି ପେସେଞ୍ଜରଙ୍କ ସହିତ ଆସିଥିଲେ। ୨୩ ରୁ ୨୯ ଯାଏଁ ନିଜ ଘରେ ହୋମ କ୍ୱାରେଣ୍ଟାଇନ ରେ ରହିଥିଲେ। ୨୯ରେ ତାଙ୍କର ଟେଷ୍ଟ ପଜିଟିଭ ଆସିଲା। ୨୯ତାରିଖରେ ତାଙ୍କୁ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲକ୍ଷଣ ବିହୀନ।

୧୨୦ ନମ୍ବର ଆକ୍ରାନ୍ତ –
ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ବୃଦ୍ଧ। ୪୧ ନମ୍ବରଙ୍କ ସମ୍ପର୍କୀୟ। ମାର୍ଚ୍ଚ ୨୨ ତାରିଖରୁ ଲକଡାଉନ ପରେ ସେ ନିଜ ଘରେ ପରିବାର ସହ ରହିଥିଲେ। ଏପ୍ରିଲ ୭ ତାରିଖରେ ପରିବାରର ଜଣେ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଲକ୍ଷଣ କିଛି ନାହିଁ। କିନ୍ତୁ ଏପ୍ରିଲ ୯ ରେ କଣ୍ଟାକ୍ଟ ଟ୍ରେସିଂ, ନମୁନା ପରୀକ୍ଷା ପରେ ନେଗେଟିଭ ଆସିଥିଲା। ପରେ ଲକ୍ଷଣ ପ୍ରକାଶ ପାଇବାରୁ ଏପ୍ରିଲ ୨୮ରେ ପୁଣି ଥରେ ପରୀକ୍ଷା ହୋଇଥିଲେ ସେଥିରେ ତାଙ୍କର ପଜିଟିଭ୍ ଆସିଛି। କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

୧୨୧ ନମ୍ବର ଆକ୍ରାନ୍ତ –
କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପଞ୍ଚରପଲ୍ଲୀ ଅଞ୍ଚଳର ୬୦ ବର୍ଷର ବୃଦ୍ଧ। କୋଲକାତା ଫେରନ୍ତା। କୋଲକାତାର ବଡ଼ବଜାରରୁ ଭଡ଼ା ଗାଡ଼ି କରି ୮ ଜଣଙ୍କ ସହ ଆସିଥିଲେ। ୨୮-୨୯ ମାର୍ଚ୍ଚ ଘରେ ଥିଲେ। ଘରେ ଥିଲେ, ୩୧ ମାର୍ଚ୍ଚରୁ ୨୯ ଏପ୍ରିଲ, କିନ୍ତୁ ବେଳେବେଳେ ନିକଟସ୍ଥ ଦୋକାନକୁ ଯାଉଥିଲେ। ଲକ୍ଷଣ ନଥିଲା କିନ୍ତୁ ଟ୍ରାଭେଲ ହିଷ୍ଟ୍ରୀରୁ ସାମ୍ପୁଲ କଲେକ୍ସନ ହୋଇଥିଲା। ୨୯ ଏପ୍ରିଲରେ ପଜିଟିଭ୍ ବାହାରିଲା। ଅଶ୍ୱିନୀ କୋଭିଡ୍ ହସ୍ପିଟାଲ କଟକରେ ଭର୍ତ୍ତି।

୧୨୨ ନମ୍ବର ଆକ୍ରାନ୍ତ –

ଦେବଗଡ଼ ଜିଲ୍ଲା ବାସୁଦେବପୁରର ୩୪ ବର୍ଷିୟ ଯୁବକ। କୋଲକାତା ଫେରନ୍ତା। ଏପ୍ରିଲ ୨୫ରେ କୋଲକତାରୁ ରେଢାଖୋଲ ଟ୍ରକରେ ଆସିଥିଲେ। ରେଢାଖୋଲରୁ ଘରକୁ ଚାଲି ଚାଲି ଯାଇଥିଲେ। ୨୬ ଏପ୍ରିଲରୁ ୨୯ ଏପ୍ରିଲ ଯାଏଁ ଘରେ ରହିଥିଲେ। ଗ୍ରାମବାସୀମାନେ ଏବଂ ଆଶାକ୍ରର୍ମୀଙ୍କ ରିପୋର୍ଟ ହେବା ପରେ ୨୭ ତାରିଖରେ ସାମ୍ପୁଲ ନିଆଯାଇଥିଲା। ଲକ୍ଷଣ ନଥିଲା କିନ୍ତୁ ଟ୍ରାଭେଲ ହିଷ୍ଟ୍ରୀରୁ ଟେଷ୍ଟ କରାଯାଇଥିଲା। ଏପ୍ରିଲ ୨୯ରେ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.