Home Coronavirus Outbreak ଭେଟେରାନ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ନିଧନ

ଭେଟେରାନ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ନିଧନ

412

ମୁମ୍ବାଇ ୩୦-୪ (ଓଡ଼ିଆ ପୁଅ) : ବଲିଉଡ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ଏବଂ ଏବେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ଡାକ୍ତର କହିଥିଲେ। କିନ୍ତୁ ତାଙ୍କର ନିଧନ ହୋଇଥିବାର ଖବର ମିଳିଛି। ତାଙ୍କ ନିଧନରେ ବଲିଉଡ଼୍ ଜଗତରେ ଶୋକର ଛାୟା ଖେଳିଯାଇଛି।  ଋଷିଙ୍କ ମୃତ୍ୟୁ ନେଇ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ଟ୍ବିଟରରେ ସୂଚନା ଦେଇଛନ୍ତି ।

ଗତ ବର୍ଷ ସେପ୍ଟେମ୍ବରରେ ଋଷି କପୁର ଆମେରିକାରୁ ଭାରତ ଫେରିଥିଲେ। ସେଠାରେ ସେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗର ଚିକିତ୍ସା କରାଇଥିଲେ। ୨୦୧୮ ମସିହାରେ ଋଷି କପୁର କର୍କଟ ରୋଗରେ ପୀଡିତ ଥିବା ଜଣା ପଡ଼ିଥିଲା। ଏହାପରେ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ନ୍ୟୁୟର୍କରେ ରହି ନିଜର ଚିକିତ୍ସା କରାଇଥିଲେ। ପତ୍ନୀ ନିତୁ ସିଂ ଏହି କଠିନ ସମୟରେ ଋଷି କପୁରଙ୍କ ସହ ଛିଡା ହୋଇଛନ୍ତି। ଯେତେବେଳେ ଋଷି କପୁର ଚିକିତ୍ସା ପାଇଁ ନ୍ୟୁୟର୍କରେ ଥିଲେ, ନୀତୁ ସିଂ ମଧ୍ୟ ତାଙ୍କ ସହିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.