Home କୋରାପୁଟ ଦେଓମାଳି ପର୍ବତ ଓ ଆଖପାଖ ଅଂଚଳରେ ୧୪୪ ଧାରା ଲାଗୁ

ଦେଓମାଳି ପର୍ବତ ଓ ଆଖପାଖ ଅଂଚଳରେ ୧୪୪ ଧାରା ଲାଗୁ

125

କୋରାପୁଟ ୦୧-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଦେଓମାଳି ପର୍ବତରେ କିଛି ପର୍ଯ୍ୟଟକ ଅନୁମତି ନ ନେଇ ରାତ୍ରୀଯାପନ କରୁଥିବା ବେଳେ ପର୍ଯ୍ୟଟକମାନେ ଖାଦ୍ୟ ଖାଇ ପଲିଥିନ ଫୋଫାଡିଦେଇଥିବାରୁ ଅନ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା କାରଣରୁ ପଟ୍ଟାଙ୍ଗୀ ଆଇଆଇସି ପ୍ରାର୍ଥନା କରିବାରୁ  କୋରାପୁଟ ଉପଜିଲ୍ଲାପାଳ ୧୪୪ ଧାରା ଲାଗୁ କରିଥିବା ଜଣାପଡିଛିି ।ଏହା ଚଳିତମାସ ୧ ତାରିଖଠାରୁ  ୨୮ ତାରିଖ ପର୍ଯ୍ୟନ୍ତ ରାତ୍ରୀ ୮ ଘ.ରୁ ସକାଳ ୬ ଘ.ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜଣାପଡିଛି ।ଏହି ସମୟ ମଧ୍ୟରେ ଦେଓମାଳି ପର୍ବତ ଉପରକୁ ଯାଇପାରିବେ ନାହିଁ ଅନ୍ୟଥା ଅମାନ୍ୟ କଲେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ପୋଲିସ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.