Home ଜିଲ୍ଲା ପରିକ୍ରମା ବରାହନୂଆପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବରାହନୂଆପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

38

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବହରାନୂଆପଡା ଗ୍ରାମ ଖେଳପଡିଆରେ ଅନୁଷ୍ଠିତ ମା’ବୁଢୀ ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଏମ.ବି.ସି.ସି. ଅଙ୍ଗାରଗଡିଆ ଓ ବ୍ରିଲିଆଣ୍ଟ ସ୍ପୋଟିଂ ପୁରିପଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପୁରିପଡା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୪.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲା । ଜବାବରେ ଏମ.ବି.ସି.ସି. ଅଙ୍ଗାରଗଡିଆ ୧୩.୪ ଓଭରରେ ୯ ଉଇକେଟ ହରାଇ ୧୦୯ ରନ ସଂଗ୍ରହ କରି ଚାମ୍ପିଅନ ହୋଇଥିଲା । ବିକ୍ରମ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ଓ ଧର୍ମପ୍ରକାଶ ରାଉତ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ରଞ୍ଜନ କୁମାର ପୁହାଣ ଓ ସ୍ୱସ୍ତିସୁନ୍ଦର ପୁହାଣ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଖେଳ ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଶିକ୍ଷକ ପ୍ରମୋଦ କୁମାର ନାୟକ, ସମାଜସେବୀ ପ୍ରଫୁଲ୍ଲ ନାୟକ, ବିଶ୍ୱମ୍ଭର ରାଉତ, ତରଣୀ ମହାରଣ୍ୟ, ସ୍ଥଳସେନା ଗାର୍ଡ ମନୋଜ ନାୟକ, ବାୟୁସେନା କର୍ମଚାରୀ ଆଶିଷ କୁମାର ନାୟକ, ପୂର୍ବତନ କ୍ୟାପଟେନ ସୁବାସ ପୁହାଣ ଅତିଥି ଭାବେ ଯୋଗଦେଇ ରନରସପ ଦଳ, ଚାମ୍ପିଅନ ଦଳ ସମେତ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ବିକାଶ, ସନ୍ତୋଷ, ତାପଶ, ବିଶ୍ୱଜିତ, ପରମଶ୍ୱର, ଶଙ୍କର୍ଷଣ, ବବୁଲ, ସିପୁ, ପ୍ରତାପ, ଧନ, ଜ୍ଞାନ, ସାନୁ, ଅଶୋକ, ବଳିଆ, ଗୁଲୁ, ସତୀଶ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.