Home କୋରାପୁଟ ୩୩୩ କେଜି ଗଞେଇ ଜବତ ଓ ୬ ଗିରଫ

୩୩୩ କେଜି ଗଞେଇ ଜବତ ଓ ୬ ଗିରଫ

34

କୋରାପୁଟ ୦୧-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବୈପାରୀଗୁଡା ଓ ମାଛକୁଣ୍ଡ ପୋଲିସ ଦ୍ୱାରା ୩୩୩ କେଜି ଗଞେଇ ଜବତ କରାଯାଇଥିବା ବେଲେ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।ବୈପାରୀଗୁଡା ପୋଲିସ ଲକ୍ଷ୍ମୀପୁର ଛକରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ ଗାଡି(ଓଡି ୧୦ଇ ୪୬୪୫) ଚେକିଂ କରି ଗଞେଇ ଥିବା ଜାଣିବାକୁ ପାଇଥିଲେ ।ଓଜନ କରିବା ପରେ ଗାଡିରେ ଥିବା ୧୯୩ କେଜି ଗଞେଇ ଜବତ କରିବା ସହ ୩ ଜଣ ଚୋରା ଚାଲାଣକାରୀମାନଙ୍କୁ ଗିରଫ କରିଥିବା ଜଣାପଡିଛି ।ଏହି ମାମଲାରେ ୩ ଟି ମୋବାଇଲ ଓ ୨୫୬୦ ଟଙ୍କା ଜବତ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।ସେହିପରି ମାଛକୁଣ୍ଡ ପୋଲିସ ଏକ ଅଟୋରିକ୍ସାରୁ ୧୪୦ କେଜି ଗ ଞେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ଏହି ମାମଲାରେ ଅଟୋରିକ୍ସା ଓ ଏକ ମଟରସାଇକେଲ ଜବତ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.