Home କୋରାପୁଟ ଦେଓଘାଟୀରେ ବିଜେଡିର ପଂଚାୟତସସ୍ତରୀୟ   ସାଙ୍ଗଠନିକ ବୈଠକ,୪ ଜଣ କଂଗ୍ରେସ କର୍ମି ବିଜେଡିରେ ମିଶିଲେ

ଦେଓଘାଟୀରେ ବିଜେଡିର ପଂଚାୟତସସ୍ତରୀୟ   ସାଙ୍ଗଠନିକ ବୈଠକ,୪ ଜଣ କଂଗ୍ରେସ କର୍ମି ବିଜେଡିରେ ମିଶିଲେ

24

କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ)ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ କୋରାପୁଟ ବ୍ଲକ ବିଜେଡିର ସଜବାଜ ।କୋରାପୁଟ ବ୍ଲକ ଅନ୍ତର୍ଗତ ଦେଓଘାଟୀରେ ବଡକେରେଙ୍ଗା ଓ ଦେଓଘାଟୀ ଦୁଇଟି ପଂଚାୟତର କର୍ମିମାନଙ୍କୁ ନେଇ ବିଜେଡିର  ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବ୍ଲକ ବିଜେଡି ସଭାପତି  ସଂଜୟ ମହାନ୍ତି ଯୁବ ବିଜେଡି ସଭାପତି  ମଂଟୁ ବେନିଆ ଓ ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି ଯୋଗଦେଇ ସଂଗଠନକୁ ସୃଦୃଢ କରିବାକୁ ପରାମର୍ଶ ଦେବା ସହ ସରକାରଙ୍କ ବିକାଶ ମୂଳକ ଯୋଜନାକୁ ଲୋକମାନଙ୍କ ନିକଟରେ ପହଂଚେଇବାକୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ କଂଗ୍ରେସ କର୍ମି ମନୁଦତ ବାଘ ,ଚୈତନ୍ୟ ଖିଲ,ଗୁରୁ ଖୋସଲା ଓ ରାମ ପାଇକ ବିଜେଡି ଦଳରେ ମିଶିଥିଲେ ବୋଲି ବ୍ଲକ ସଭାପତି ସଂଜୟ ମହାନ୍ତି ସୂଚନା ଦେଇଛନ୍ତି ।ଦେଓଘାଟି ପଂଚାୟତ ସଭାପତି ପୂର୍ଣ୍ଣ ନାଗ ,ବଡକେରେଙ୍ଗା ପଂଚାୟତ  ସଭାପତ ିହରିଶ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ କର୍ମିମାନେ ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.