Home କୋରାପୁଟ କୋରାପୁଟରେ ବିଜେଡିର ପ୍ରତ୍ୟେକ ଜୋନରେ ସ୍ୱାଧୀନତା ଦିବସ ପାଳନ କରାଯିବ

କୋରାପୁଟରେ ବିଜେଡିର ପ୍ରତ୍ୟେକ ଜୋନରେ ସ୍ୱାଧୀନତା ଦିବସ ପାଳନ କରାଯିବ

35

କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟିରେ ବିଜେଡିର ପ୍ରତ୍ୟେକ ଜୋନରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି କୋରାପୁଟ ନଗର ବିଜେଡି ସଭାପତି ସୁରେଶ ପଟନାୟକ ସୂଚନା ଦେଇଛନ୍ତି ।କୋଭିଡ ଗାଇଡଲାଇନକୁ ପାଳନ କରି  ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଏଥି ନିମନ୍ତେ କୋରାପୁଟ ସର୍କିଟ ହାଉସଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ମ୍ୟୁନସିପାଲଟିର ୨୧ ଟି ଓାର୍ଡରେ ବିଜେଡିର ୯ ଟି ଜୋନ କରାଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲା ବିଜେଡି ଉପସଭାପତି ଉତ୍କଳ ରଂଜନ ନାୟକ ,ସୁରେଶ ପଟନାୟକ , ଅଶ୍ୱିନୀ ସାହୁ ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ,ସୁବାସ ଚନ୍ଦ୍ର ସାହୁ , ସନ୍ତୋଷ ପଣ୍ଡା ,ସିମାଞଳ ସାହୁ , ତ୍ରୀନାଥ ପାଡିକା ପ୍ରମୁଖଙ୍କ ସହ ଜୋନାଲ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.