Home କୋରାପୁଟ ବିଜେଡିର ରାଜ୍ୟ  ସାଙ୍ଗଠନିକ ସଂପାଦକଙ୍କୁ  କୋରାପୁଟ ଜିଲ୍ଲାର ନେତା ଓ କର୍ମି ମିଶିଲେ

ବିଜେଡିର ରାଜ୍ୟ  ସାଙ୍ଗଠନିକ ସଂପାଦକଙ୍କୁ  କୋରାପୁଟ ଜିଲ୍ଲାର ନେତା ଓ କର୍ମି ମିଶିଲେ

48

କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ବିଜେଡି  ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମାଲକାନଗିରି ଗସ୍ତ ସାରି ଭୁବନେଶ୍ୱରକୁ ଫେରୁଥିବା ସମୟରେ କୋରାପୁଟ ସର୍କିଟହାଉସଠାରେ ବିଜେଡି ନେତା ଓ କର୍ମି ମିଶିଥିବା ଜଣାପଡିଛି । କୋରାପୁଟରେ ପହଂଚିବାପରେ ନେତା ଓ କମଙିମାନେ ଶ୍ରୀ ଦାସଙ୍କୁ ପୁଷ୍ପଗୁଛଦେଇ ସ୍ୱାଗତ କରିଥିଲେ ।ଏହାପରେ ନନ୍ଦପୁର ଜୋନାଲ କମିଟର ସଦସ୍ୟମାନଙ୍କ  ସହ ସାଙ୍ଗଠନିକ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା , ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,ଉପସଭାପତି ଉତ୍କଳ ରଂଜନ ନାୟକ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ,ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଲ , ଜଗନ୍ନାଥ ପାଙ୍ଗୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଜୋନାଲ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।ସେହିପରି ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି , ପର୍ଯ୍ୟବେକ୍ଷକ ଶିବ ପଟନାୟକଙ୍କୁ ନେଇ ଲକ୍ଷ୍ମିପୁର ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ ସ୍ଥିତି ସଂପର୍କରେ  ସେ ଆଲୋଚନା କରିଥିଲେ ।ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଲତା ରାୟଙ୍କ ସହ ସେ ମହିଳା ସଙ୍ଗଠନ ଉପରେ ଆଲୋଚନା କରିଥିଲେ ।ଆଗକୁ ପଂଚାୟତ ନିର୍ବାଚନ ହେବ ତେଣୁ ଜିଲ୍ଲାରେ ଦଳର ସଙ୍ଗଠନକୁ ମଜବୁତ କରିବା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ଗୁଡିକୁ ଲୋକଙ୍କ ନିକଟରେ  ପହଂଚେଇବାକୁ ନେତା ଓ କର୍ମିମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି ।ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ ,କୋରାପୁଟ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , ଉପସଭାପତି ନାରସୁଲ କାମୁଡି,କୋରାପୁଟ ନଗର ସଭାପତି ସୁରେଶ ପଟନାୟକ ,ମହିଳା ନେତ୍ରୀ ଇନ୍ଦିରା ନନ୍ଦ ,ରୀତା ପାଣିଗ୍ରାହୀ ,କୋରାପୁଟ ବ୍ଲକ କଂଗ୍ରେସ ସଭାପତି ସଂଜୟ ମହାନ୍ତି , ବାଲା ରାୟ ,ମୁନା ରଥ ,ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ , ଭରତ ମଲ୍ଲିକ ,ଅଶ୍ୱିନୀ ସାହୁ,ସୁବାସ ଚନ୍ଦ୍ର ସାହୁ,ସିମାଞଳ ମିଶ୍ର ,ଜିତୁ ପଣ୍ଡା,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି ,ଲଲାଟ ରଂଜନ ସେଠୀ ଓ ଅନ୍ୟାନ୍ୟ ନେତାମାନଙ୍କ ସହ  ସେ ଆଲୋଚନା କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ତଥା ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା , କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ କୋରାପୁଟ ବିଧାୟକ  ରଘୁରାମ ପଡାଲଙ୍କ ସହ  ଶ୍ରୀ ଦାସ ମାଲକାନଗିରି ଜିଲ୍ଲା ଗସ୍ତ ଶେଷ କରି କୋରାପୁଟରେ ପହଂଚିଥିଲେ ।କୋରାପୁଟ ଗସ୍ତ ଶେଷ କରି ସେ ଭୁବନେଶ୍ୱର ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.