Home କୋରାପୁଟ ଦୃଷ୍ଟି ହୀନ ଶିଶୁକୁ ମିଳୁନି ସହାୟତା, ମିଳୁନି ଭତ୍ତା

ଦୃଷ୍ଟି ହୀନ ଶିଶୁକୁ ମିଳୁନି ସହାୟତା, ମିଳୁନି ଭତ୍ତା

91

କୋରପୁଟ:୨୯/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ଦଶମନ୍ତ ପୁର ବ୍ଲକର ଚଣାବାଡ଼ ଗ୍ରାମ ପଞ୍ଚାୟତର କୁଟ୍ରା ଆମ୍ବ ଗାଁ ର ଗଗନ ମୁଦୁଲିଙ୍କ ପୁଅ ଯୁନେଶ (୫)ର ଉଭୟଦ୍ୱୟ ଆଖିରେ ଦୃଷ୍ଟି ଶକ୍ତି ନାହିଁ। ଡାକ୍ତରଖାନା ନେବା ପାଇଁ ପାଖରେ ଅର୍ଥ ନାହିଁ। ଫଳରେ ଚିକିତ୍ସା କରାଇ ନପାରି ଏବେ ଭାଗ୍ୟ କୁ ଆଦରି ଘରେ ପଡିରହିଛନ୍ତି। ଅନ୍ୟ ପକ୍ଷରେ ଯୁନେଶ ଙ୍କର ଦିବ୍ୟଙ୍ଗ ପ୍ରମାଣ ପତ୍ର ଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗଗନଙ୍କ କହିବା ଅନୁଯାୟୀ ଯୁନେଶ ହେଉଛନ୍ତି ତାଙ୍କର ତୃତୀୟ ସନ୍ତାନ। ଜନ୍ମରୁ ଶିଶୁ ର ଦୁଇଟି ଆଖି ରେ ଦୃଷ୍ଟି ଶକ୍ତି ନାହିଁ।ପୁଅର ଚିକିତ୍ସା ପାଇଁ ପ୍ରଥମେ ଦଶମନ୍ତ ପୁର ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ର ରେ ନିଆଯାଇଥିଲା ସେଠାରେ ଡାକ୍ତର ପରୀକ୍ଷା କରି ବ୍ରହ୍ମପୁର ବଡ଼ ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ। ଚିକିତ୍ସା ପରେ ପୁଅର ଆଖି ଭଲ ହୋଇଯିବ ବୋଲି କହିଥିଲେ। ଫଳରେ ଧାର ଉଦ୍ଧାର କରି ପୁଅକୁ ବ୍ରହ୍ମପୁର ନିଆଯାଇଥିଲା। ସେଠାରେ ପୁଅର ଚକ୍ଷୁରେ ଅପରେସନ କରାଯାଇଥିଲା। ଆଉରି ଅଧିକ ଅପରେସନ କରାଯାଇ ଚକ୍ଷୁରେ ଥିବା ଜାଲ ଗୁଡ଼ିକ କଢ଼ା ଗଲେ ସେ ଦେଖି ପାରିବେ ବୋଲି ବ୍ରହ୍ମପୁର ଡାକ୍ତର କହିଥିଲେ। ବ୍ରହ୍ମପୁର ଚିକିତ୍ସା ସମୟରେ ହାତରେ ୨୦, ୦୦୦ଟଙ୍କା ଖର୍ଚ୍ଚ ହୋଇଗଲା ଅର୍ଥ ଅଭାବରୁ ଶେଷରେ ପୁଅକୁ ନେଇ ଘର କୁ ପେରିଆସିଥିବା ଗଗନ ଦୁଃଖ ଭରା ସହ କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁର ଚିକିତ୍ସା ପାଇଁ ସହାୟତା କରାଗଲେ ସେ ଭଲ ହୋଇଯିବ ବୋଲି ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି। ଗଗନ କହିଛନ୍ତି ଯେ ତାଙ୍କ ପୁଅ ଶତ ପ୍ରତିଶତ ଦିବ୍ୟଙ୍ଗ ପ୍ରମାଣ ପତ୍ର ରହିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିନାହିଁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.