Home ଜିଲ୍ଲା ପରିକ୍ରମା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ବ୍ଲକ ଘେରାଉ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ବ୍ଲକ ଘେରାଉ

43

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତିବାଦରେ ଗୁରୁବାର ବ୍ଲକ ଘେରାଉ କରାଯାଇଥିଲା । ତିହିଡ଼ି ତହସିଲ ଛକର ବ୍ଲକ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ କଂଗ୍ରେସର ନେତା ଓ କର୍ମୀ ମାନେ ଆସି ପହଞ୍ôଚ ଥିଲେ । ପରେ ବ୍ଲକ କଂଗ୍ରେସ କମିଟି ସଭାପତି ସରୋଜ ଦାସଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଜିଲା ସଭାପତି ତଥା ବାସୁଦେବପୁର ବିଧାନସଭା ମଣ୍ଡଳୀ ନେତା ଅଶୋକ କୁମାର ଦାସ, ଭଦ୍ରକ ଲୋକସଭା ସାଂସଦ ନେତ୍ରୀ ମଧୁମିତା ସେଠୀ, ଯୁବନେତା ସତ୍ୟାନନ୍ଦ ରାଉତ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ବିଦ୍ୟାଧର ଜେନା, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଧାମନଗର ବ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତ, ବାସୁଦେପୁର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଝରଣା ମହାନ୍ତି, ମହିଳା କଂଗ୍ରେସ ବ୍ଲକ ସଭାନେତ୍ରୀ ପଦ୍ମାବତୀ ଜେନା, ସରପଞ୍ଚ ଉଦ୍ଧବ ଚରଣ ନାୟକ, ଚାନ୍ଦବାଲି ବ୍ଲକ ସଭାପତି ବୈଲୋଚନ ପଣ୍ଡା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ନୀତିରେ ଲିପ୍ତ ଥିବା ବେଳେ ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ଚାଷୀମାରଣ ନୀତିରେ ଲୋକମାନଙ୍କୁ ଶୋଷଣ କରୁଥିବା କହିଥିଲେ ।

ବ୍ଲକ ସ୍ତରରେ ଚାଲିଥିବା ୧୫ରୁ ୫୦ ପ୍ରତିଶତ ପିସି କାରବାର ବନ୍ଦ କରିବା, ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ପ୍ରଦାନ କରିବା ସହିତ ଗ୍ରାମସଭାର କେଉଁ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତ୍ତି ମୁତାବକ ପାରିତ ହେବା ପରେ ଖର୍ଚ୍ଚ କରିବା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କରାଯିବା, ନାରୀ ନିର୍ଯାତନା ବନ୍ଦ କରି ନାରୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯିବାକୁ କଂଗ୍ରେସ ନେତାମାନେ ଦାବି କରିଥିଲେ । ବିଡିଓ ଜ୍ୟୋତିର୍ମୟ କରଙ୍କ ଜରିଆରେ ରାଜ୍ୟପାଳଙ୍କୁ କଂଗ୍ରେସ କମିଟି ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ତିହିଡ଼ି ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରଦ୍ଧାପ୍ରକାଶ ନାୟକ, ଧାମନଗର ବ୍ଲକ ଯୁବ ସଭାପତି ଆଲୋକ ସ୍ୱାଇଁ, ଯୁବ କଂଗ୍ରେସ ସଂଯୋଜକ ବିପିନ ବିହାରୀ ପତି, ପଞ୍ଚାୟତ ସଭାପତି ଗଗନ ବିହାରୀ ମହାନ୍ତି, କଂଗ୍ରେସ ନେତା ଦୀପକ ଭୋଇ, ସୁବାସ ଚନ୍ଦ୍ର ନାୟକ, ବୁଦ୍ଧିରାମ ବିଶ୍ୱାଳ, ସୁଦର୍ଶନ ସ୍ୱାଇଁ, ସୁଧାଂଶୁ ମାହୁନ୍ତ, ଦିଲୀପ ବିଶ୍ୱାଳ, ମିନକେତନ ସେନାପତି, ଗଣେଶ ମଳିକ, କରୁଣାକର ମହାରଣା, ବସନ୍ତ କୁମାର ନାୟକ, ପ୍ରତାପ ସାହୁ, ଶିବ ଚରଣ ନାୟକ, କୈଳାସ ପାତ୍ର, ପ୍ରଫୁଲ୍ଲ ପାତ୍ର, ବେଣୁଧର ଦାସ, ସୁରେଶ ମହାପାତ୍ର, ସୌମ୍ୟଗୋପାଳ ନାୟକ, ମାଧବାନନ୍ଦ ନାୟକ, ଭାସ୍କର ନାଥ, ଜୟରାମ ବାରିକ, ଧନଞ୍ଜୟ ନାୟକ, କମଳାକାନ୍ତ ବେହେରା, ଜଗନ୍ନାଥ ମଳିକ, ମଦନ ମଳିକ, ସୁରେନ୍ଦ୍ର ସାହୁ, ଗୋରାବାବୁ ସାହା, ନାରାୟଣ ଜେନା, ଦିବ୍ୟସିଂ ବଳ, ରାଧାକାନ୍ତ ନାୟକ, ଶ୍ରୀଧର ମଲ୍ଲିକ, ଚୈତନ୍ୟ ସେଠୀ, ସମ୍ବିତ ସାହୁ, ବୀରଭଦ୍ର ଜେନା, ନରେଶ ନାୟକ, ସିମନ୍ତ ଲେଙ୍କା, ସଂଗ୍ରାମ ପାତ୍ର, ରମେଶ ପାତ୍ର, ଦୀପକ ଦାସ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.